ମଧ୍ୟାହ୍ନ ଭୋଜନରେ ବଢିଲା ରାସନ ଖର୍ଚ୍ଚ

ଭୁବନେଶ୍ବର () ବଜାର ଦର ସହ ତାଳ ଦେଇ ରାଜ୍ୟ ସରକାର ଆଜି ମଧ୍ୟାହ୍ନ ଭୋଜନ ପାଇଁ ମୁଣ୍ଡପିଛା ସଉଦା ମୂଲ୍ୟ ବୃଦ୍ଧି କରିଛନ୍ତି । ପ୍ରାଥମିକ ଛାତ୍ରଛାତ୍ରୀଙ୍କ ମୁଣ୍ଡପିଛା ସଉଦା ମୂଲ୍ୟ 4ଟଙ୍କା 80 ପଇସାରୁ 4ଟଙ୍କା 93 ପଇସାକୁ ଏବଂ ଉଚ୍ଚପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କ ପାଇଁ ସଉଦା ମୂଲ୍ୟ 7ଟଙ୍କା 16 ପଇସାରୁ 7ଟଙ୍କା 36 ପଇସାକୁ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଦର ଜୁଲାଇ ଏକ ତାରିଖରୁ ଲାଗୁ ହେବ ।

ମଧ୍ୟାହ୍ନ ଭୋଜନରେ ରାନ୍ଧିବା ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ 60-40 ଅନୁପାତରେ ବହନ କରିଥାନ୍ତି । ବର୍ଦ୍ଧିତ ଦର ମଧ୍ୟ କେନ୍ଦ୍ର ଓ ରାଜ୍ୟ ସେହି ଅନୁପାତରେ ବହନ କରିବେ ବୋଲି ଆଜି ମଧ୍ୟାହ୍ନ ଭୋଜନର ନୋଡାଲ ଅଫିସର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ପୂର୍ବରୁ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ରନ୍ଧା ଖର୍ଚ୍ଚ 4ଟଙ୍କା 80 ପଇସା ଥିବା ବେଳେ କେନ୍ଦ୍ର ସରକାର ମୁଣ୍ଡପିଛା 2ଟଙ୍କା 61 ପଇସା ଓ ରାଜ୍ୟ ସରକାର 1 ଟଙ୍କା 74 ପଇସା ଖର୍ଚ୍ଚ କରୁଥିଲେ । ଉଚ୍ଚପ୍ରାଥମିକ ସ୍ତରରେ ସେହିଭଳି ମୁଣ୍ଡପିଛା କେନ୍ଦ୍ର 3ଟଙ୍କା 91 ପଇସା ଓ ରାଜ୍ୟ 2ଟଙ୍କା 60 ପଇସା ଖର୍ଚ୍ଚ କରୁଥିଲେ । ବର୍ଦ୍ଧିତ ଦର ଅନୁଯାୟୀ ପ୍ରାଥମିକ ସ୍ତରରେ କେନ୍ଦ୍ର 2ଟଙ୍କା 69ପଇସା ଓ ରାଜ୍ୟ 1ଟଙ୍କା 79 ପଇସା ଖର୍ଚ୍ଚ କରିବେ  । ରାଜ୍ୟ ଭାଗ ପରେ ଆଉ 45 ପଇସା ରାଜ୍ୟ ସରକାର ଦେବେ । ସେହିଭଳି ଉଚ୍ଚ ପ୍ରାଥମିକ ସ୍ତରରେ କେନ୍ଦ୍ର ସରକାର ମୁଣ୍ଡପିଛା 4ଟଙ୍କା 03 ପଇସା ଓ ରାଜ୍ୟ ସରକାର 2ଟଙ୍କା 68 ପଇସା ଦେବେ । 60-40 ଅନୁପାତ ପରେ ରାଜ୍ୟ ମୁଣ୍ଡପିଛା ଆଉ 65 ପଇସା ଖର୍ଚ୍ଚ କରିବ ।

Share

Leave a Reply

Your email address will not be published. Required fields are marked *

three × 1 =