ସାଧାରଣ ଓଡିଆଙ୍କୁ ସୁବିଧା ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ କରାନଯାଉ

ଭୁବନେଶ୍ବର () ଆୟୁଷ୍ମାନ ଭାରତ ଯୋଜନାକୁ ବିରୋଧ କରି ସାଧାରଣ ଓଡିଆଙ୍କୁ ସୁବିଧା ସ୍ବାସ୍ଥ୍ୟ ସେବାରୁ ବଂଚିତ ନ କରନ୍ତୁ ରାଜ୍ୟ ସରକାର ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରୀବ ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଦାୟିତ୍ବକୁ ବାଧା ପ୍ରାପ୍ତ କରିବା ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରୁଛନ୍ତି ଏଥିରୁ ନିବୃତ ରହିବାକୁ ତାଙ୍କୁ ସେ ନିବେଦନ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ  କହିଛନ୍ତି ଯେ ଯଦି ଓଡିଆ ଲୋକ ମାନେ ଯେଉଁଥିରୁ ଲାଭ ପାଇବେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ବିରୋଧ ନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ମାର୍ଚ ୨୦୧୭ରେ ଦେଶବାସୀଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଦେବା ପାଇଁ ଭାରତ ସରକାର ନୀତିଗତ ନିଷ୍ପତି ନେବା ପରେ ଫେବୃଆରୀ ୨୦୧୮ରେ ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଯୋଜନା ସମ୍ପର୍କରେ ବଜେଟରେ ଘୋଷଣା କରିଥିଲେ । ଆୟୁଷ୍ମାନ ଯୋଜନା ହେଉଛି ବିଶ୍ବର ସବୁଠୁ ବଡ ସ୍ବାସ୍ଥ୍ୟ ସେବା ଯୋଜନା ବୋଲି ଆକଳନ କରାଯାଇଛି ।

ବିଜେଡି ତରଫରୁ ଭାରତ ସରକାରଙ୍କ ଯୋଜନା ଆସ୍ୟୋରାନ୍ସ ନୁହେଁ ଇନସ୍ୟୁରାନ୍ସ ଆଧାରିତ ହୋଇଥିବାରୁ ଚିକିତ୍ସା ପରେ ଅର୍ଥ ବିଳମ୍ବରେ ହେବା କାରଣରୁ ରାଜ୍ୟ ସରକାର ଏହି ଯୋଜନାରେ ସାମିଲ ହେବାକୁ ଚାହୁଁ ନାହାନ୍ତି ବୋଲି ବିଜେଡି ତରଫରୁ କୁହା ଯାଇଛି । ସେ କହିଛନ୍ତି ଯେ ବୋଧ ହୁଏ ଓଡିଶା ସରକାରଙ୍କ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ବ୍ରିଫିଂକୁ ସେ ସଠିକ ଭାବେ ବୁଝି ନାହାନ୍ତି ।

ଓଡିଶା ସରକାରଙ୍କ ଦ୍ବାରା ନିଯୁକ୍ତ ରାଜ୍ୟର ସ୍ବାସ୍ଥ୍ୟ ସେବାର ମୁଖ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଲେଖିଥିବା ଏକ ଲେଖାକୁ ଉଦ୍ଧୃତ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସେବାକୁ ଇନସୁରାନ୍ସ ଛାଡି ଆସ୍ୟୋରାନ୍ସ ବ୍ୟବସ୍ଥା କରିଥିବାରୁ ତାଙ୍କୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀ ଯଦି ତାଙ୍କ ଦ୍ବାରା ନିଯୁକ୍ତ ତାଙ୍କର ମୁଖ୍ୟ ପରାମର୍ଶଦାତାଙ୍କ କଥା ଶୁଣିଥାନ୍ତେ ତାହେଲେ ଏହି ଯୋଜନାକୁ ବିରୋଧ କରି ନଥାନ୍ତେ ବୋଲି ସେ କହିଛନ୍ତି ।

ସେହିପରି ୬୧ ଲକ୍ଷ ଏସଇସିସି ତାଲିକାଭୁକ୍ତ ଲୋକଙ୍କ ବଦଳରେ ରାଜ୍ୟ ସରକାର ୭୦ ଲକ୍ଷ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ବକ୍ତବ୍ୟକୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ୬୧ ଲକ୍ଷ ଏସଇସିସି ତାଲିକା କେନ୍ଦ୍ର-ରାଜ୍ୟ ସହମତିରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି । ଏହି ତାଲିକା ଆଧାରରେ ପ୍ରଧାନମନ୍ତ୍ରୀ ଆବାସ, ଉଜ୍ବଳା ଯୋଜନାର ହିତାଧିକାରୀ ଚୟନ ହେଉଛିା ରାଜ୍ୟ ସରକାର ୭୦ ଲକ୍ଷ ଲୋକଙ୍କୁ ସୁବିଧାର ତାଲିକା କେଉଁ ଆଧାରରେ କହୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ପ୍ରଥମେ ଏସଇସିସି ତାଲିକା ପରେ ଦେଶର ସବୁ ବର୍ଗର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବାରେ ସାମିଲ କରିବା ପାଇଁ ମୋଦି ସରକାର ଘୋଷଣା କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଯଦି ରାଜ୍ୟ ସରକାର ଭାରତ ସରକାରଙ୍କ ଏହି ଯୋଜନାରୁ ଓହରି ଯାଏ ତା ହେଲେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଗରୀବ ଓଡିଆ ଲୋକ ମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  । ଆନ୍ଧ୍ର, କର୍ଣାଟକ, ଗୁଜରାଟ ଓ ଜାମ୍ମୁ କାଶ୍ମୀର ଯାଉଥିବା ଓଡିଆ ଲୋକ ହୁଅନ୍ତୁ ବା ଟାଟା ମେମୋରିଆଲରେ ଚିକିତ୍ସା ପାଇଁ ଯାଉଥିବା କ୍ୟାନସର ରୋଗୀଙ୍କ ପାଇଁ ଭାରତ ସରକାରଙ୍କ ଏହି ଯୋଜନାରେ ମାଗଣାରେ ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ଏହି ଯୋଜନା ଦରକାର ନାହିଁ କହିବା ସରକାରୀ ଦଳର ନେତାମାନଙ୍କର ଆବଶ୍ୟକତା ନ ହୋଇ ପାରେ ମାତ୍ର ବାହାର ରାଜ୍ୟରେ କାମ କରିବାକୁ ଯାଉଥିବା ଗରୀବ ଓଡିଆଙ୍କର ସ୍ବାସ୍ଥ୍ୟ ସେବାର ସୁବିଧାରୁ ସେମାନଙ୍କୁ ବଂଚିତ ନ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 18 ବର୍ଷର ରାଜ୍ୟ ସରକାରରେ ସ୍ବାସ୍ଥ୍ୟ ସେବାର ଅବସ୍ଥା ଖରାପ ହୋଇଛି । ୨୦୧୭- ୧୮ ଓଡିଶା ଇକୋନୋମିକ ସର୍ଭେ ଅନୁସାରେ ୨୦୦୯ -୧୦ ମସିହାରେ ଏକ ଲକ୍ଷ ଲୋକଙ୍କ ପାଇଁ ୧୦.୬ ଜଣ ଡାକ୍ତର ଥିବା ବେଳେ ୨୦୧୪-୧୫ରେ ଏହା କମ ହୋଇ ୮.୪ରେ ପହଂଚିଥିଲା । ଡାକ୍ତରଖାନାରେ ଭର୍ତି ହୋଇଥିବା ରୋଗୀ ମାନଙ୍କ ମଧ୍ୟରୁ ତିନି ଜଣ ରୋଗୀ ମାନଙ୍କ ପାଇଁ ଦୁଇଟି ବେଡ ଉପଲବ୍ଧ ରହିଛି । ଦେଶରେ ମୋଟ ମ୍ୟାଲେରିଆ ମୃତ୍ୟୁର ଏକ ତୃତୀୟାଂଶ ଓଡିଶାରେ ଘଟିବା ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

six + three =