ଜିନ୍ଦଲ ପରେ ଗେଲ ଇଣ୍ଡିଆ ଆପଣେଇବ ନୂଆ ଟେକ୍ନୋଲଜି

ଅନୁଗୁଳ () କୋଇଲାରୁ ସିଧା ସିଧା ବିଜୁଳି ଉତ୍ପାଦନର ଯୁଗ ସରି ସରି ଆସୁଛି ଓ କୋଇଲାରୁ ଗ୍ୟାସ, ତରଳ ଇନ୍ଧନ, ମିଥନଲ ତଥା ଅନ୍ୟାନ୍ୟ ଊର୍ଜା ଉତ୍ପାଦନ ପାଇଁ ନୂଆ ଟେକ୍ନୋଲଜି ପଥ ପରିଷ୍କାର କରୁଛି ବୋଲି ଜିନ୍ଦଲ କମ୍ପାନୀ ଦ୍ବାରା ଅନୁଗୁଳ ଜିଲ୍ଲାରେ ଅନ୍ୟାନ୍ୟ ପ୍ରକଳ୍ପ ସହ ପ୍ରଥମ କୋଇଲାରୁ ଗ୍ୟାସ ବାହାର କରି ଇସ୍ପାତ ନିର୍ମାଣ କାମରେ ନିଯୁକ୍ତ ପାଇଁ ପ୍ପକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଜିନ୍ଦଲ ଇସ୍ପାତ କାରଖାନା ସହ ଟାଟା କମ୍ପାନୀ ବନ୍ଦ ପଡିଥିବା ଭୂଷଣ ଇସ୍ପାତ କାରଖାନାକୁ କେନ୍ଦ୍ର ସରକାରଙ୍କ ନୂଆ ନୀତି ଯୋଗୁ ଏହାକୁ ନିଜ ହାତକୁ ନେଇଛି । ଦେଶର ଦୁଇ ସକଳ ଇସ୍ପାତ ନିର୍ମାତା ଟାଟା ଓ ଜିନ୍ଦଲଙ୍କ ଉପସ୍ଥିତି ସ୍ଥାନୀୟ ଅଂଚଳର ଅର୍ଥନୀତିକୁ ବଳ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଶିଳ୍ପ ସଂସ୍ଥା ମାନେ ସମସ୍ତଙ୍କୁ ସିଧା ସିଧା ଚାକିରୀ ଦେଇ ପାରିବେ ନାହିଁ । କିନ୍ତୁ ଟାଟା, ଜିନ୍ଦଲ, ଏମସିଏଲ, ନାଲକୋ, ଏନଟିପିସି ସ୍ଥାନୀୟ ଅଂଚଳରୁ ଦାରିଦ୍ର୍ୟର ମୂଳତ୍ପାଟନ ପାଇଁ କ୍ଷେତ୍ର ପ୍ରସ୍ତୁତ କରି ପାରିବେ ବୋଲି ସେ କହିଛନ୍ତି ।

ଗୋଟିଏ ପଟେ ଜିନ୍ଦଲ ନୂଆ ଟେକ୍ନୋଲଜିରେ କୋଇଲାରୁ ଗ୍ୟାସ ଉତ୍ପାଦନ କରୁଥିବା ବେଳେ ତାଳଚେର ସାର କାରଖାନାକୁ ଗେଲ, କୋଲ ଇଣ୍ଡିଆ ଓ ରାଷ୍ଟ୍ରୀୟ ଇସ୍ପାତ ଲିମିଟେଡ ନୂଆ ଟେକ୍ନୋଲଜି ବ୍ୟବହାର କରି ଗ୍ୟାସ ଉତ୍ପାଦନ କରିବାର ପ୍ରକଳ୍ପ ନିର୍ମାଣ କରୁଛନ୍ତି । ବିଶ୍ବର ଦୁଇଟି ଆଧୁନିକ ଟେକ୍ନୋଲଜି ଏହା ଦ୍ବାରା ଏହି ଅଂଚଳରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଜିନ୍ଦଲ କମ୍ପାନୀ ଦ୍ବାରା ପ୍ରତିଷ୍ଠିତ ଏୟାରପୋର୍ଟକୁ ପ୍ରଧାନମନ୍ତ୍ରୀଙ୍କ ଉଡାନ ଯୋଜନାରେ ଛୋଟ ସହରକୁ ଉଡା ଜାହାଜ ସଂଯୋଗ ପାଇଁ ନବୀନ ଜିନ୍ଦଲ ସମ୍ମତି ପ୍ରକାଶ କରିଥିବା ସେ କହିଛନ୍ତି । ବ୍ରାହ୍ମଣୀ ନଦୀ ଅବବାହିକାରୁ ଆରମ୍ଭ ହୋଇ ବିନ୍ଧ୍ୟ ପର୍ବତର ପାଦଦେଶ ଓ ଗଙ୍ଗା ନଦୀ ପର୍ଯ୍ୟନ୍ତ ହଜାରେ କିମି ବ୍ୟାପୀ ପଟିରେ କୋଇଲା ଉପଲବ୍ଧ । ବଦଳୁଥିବା ଭାରତରେ ଏହି କୋଇଲା ଖଣିର ଅଂଚଳ ଦେଶର ବିକାଶରେ ନୂଆ ଟେକ୍ନୋଲଜିର ସଂଯୋଗରେ ବଡ ଯୋଗଦାନ ଦେଇ ପାରିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 3 =