ମାସ୍କ ନାହିଁ ତ ଫଳ ନାହିଁ

ବାଲେଶ୍ୱର ()  ଆପଣ ଯଦି ମାସ୍କ ମୁହଁରେ ପିନ୍ଧି ନାହାନ୍ତି ତ ଆପଣଙ୍କୁ ଫଳ ମିଳିବ ନାହିଁ । ଏମିତି ହିଁ ଏକ ନିୟମ ଜାରି କରିଛନ୍ତି ବାଲେଶ୍ୱରର ଏହି ଫଳ ବ୍ୟବସାୟୀ ।ସରକାରଙ୍କ ନିୟମ କଡ଼ାକଡ଼ି ଭାବେ ପାଳନ ପାଇଁ ହେଉ ଅବା କରୋନା ସତର୍କତା ପାଇଁ ହେଉ ନିଜ ଦୋକାନକୁ ଆସୁଥିବା ଗ୍ରାହକଙ୍କ ପାଇଁ ଏପରି ନିୟମ ଜାରି କରିଛନ୍ତି ଏହି ବ୍ୟବସାୟୀ । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ମୋତିଗଞ୍ଜ ବଜାର ମସଜିଦ ଆଗରେ ରହିଥିବା ଏହି ଫଳ ଦୋକାନ ସାମ୍ନାରେ ନିୟମ ଗୁଡିକ ଲେଖାଯାଇ ଟଙ୍ଗା ଯାଇଛି ଏକ ଫଳକ । ଏଥିରେ ଲେଖାଯାଇଛି ମାସ୍କ ନାହିଁ ତ ବିକ୍ରି ନାହିଁ। ଏହା ସହ ଲେଖାଯାଇଛି ସାମାଜିକ ଦୂରତା ବାଧ୍ୟତାମୂଳକ ।

Share

Leave a Reply

Your email address will not be published. Required fields are marked *

two × 1 =