ଫୁଟବଲ ୨୦୨୦ ପାଇଁ ଜ୍ୟାକେଟ ଏବଂ ମାସକଟ ଲୋକାର୍ପିତ

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ଫୁଟବଲ ୨୦୨୦ କପ, ଜ୍ୟାକେଟ ଏବଂ ମାସକଟ ଲୋକାର୍ପିତ କରିଛନ୍ତି ।

ରାଜ୍ୟର ୯ ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ ୧୪ ତାରିଖରୁ ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁ ରହିଛି । ଏଥିରେ ରାଜ୍ୟର ୬୦୦୦ ଜନଜାତି ପିଲା ଅଂଶଗ୍ରହଣ କରିଛନ୍ତି । ମାର୍ଚ୍ଚ ୫ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁÂିତ ହେବ । ଏହି ପ୍ରତିଯୋଗିତାର ମାସକଟ ଭାବରେ ଗୁଣ୍ଡୁଚି ମୂଷାକୁ ଚୟନ କରାଯାଇଛି ।

ଆଜିର କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଜନଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର ଏବଂ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

fifteen + four =