କ୍ଷୀର ବଦଳରେ ରୋଷେଇରେ ମିଶିଗଲା ଫିନାଇଲ

କ୍ଷୀର ବଦଳରେ ରୋଷେଇରେ ମିଶିଗଲା ଫିନାଇଲ । ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଫିନାଇଲ ମିଶା ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତ କରାଯାଇଛି । ବାଲେଶ୍ବର ଜିଲ୍ଲା ରୁପସା ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଘଟିଛି ଏହି ଅଭାବନୀୟ ଘଟଣା । ପାଚିକା ଜଣକ ଭୁଲରେ କ୍ଷୀର ବଦଳରେ ଫିନାଇଲ ମିଶାଇଥିବା କୁହାଯାଉଥିଲେ ହେଁ ଖାଦ୍ୟରେ କଣ ମିଶାଯାଇଥିଲା, ତାହା ସ୍ପଷ୍ଟ ହୋଇନାହିଁ । ହସପିଟାଲରେ ଭର୍ତ୍ତି ହୋଇଥିବା ଛାତ୍ରଛାତ୍ରୀମାନେ କହିବା କଥା, ଦିନ ବାରଟା ବେଳେ ମଧ୍ୟାହ୍ନ ଭୋଜନ ଖାଇବା ପରେ ସେମାନଙ୍କର ବାନ୍ତି ହୋଇଥିଲା । ଅସାବଧାନତା ପାଇଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

11 + 11 =