ନିଆଁରେ ପୋଡି ହୋଇ ୩ ଶିଶୁ ମୃତ

ଧର୍ମଗଡ଼()  ନିଆଁରେ ପୋଡି ଯାଇ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାର କୋକସରା ଥାନା ମହିମା ପଞ୍ଚାୟତ ବିଜମରା ଗାଁରରେ ।

ସୂଚନା ଅନୁସାରେ ହେମରାଜ ଦିଶାରୀଙ୍କ ଯାଆଁଳା ଝିଅ ରୋଜି ଓ ଡେଜି ଏବଂ ତାଙ୍କ ଘରକୁ ବୁଲିବାକୁ ଆସିଥିବା କୁଣ୍ଡିଗୁଡ଼ାର ରଚନା ରାଉତ ଆଜି ସକାଳେ ଖଳାରେ ଖେଳୁଥିଲେ। ଏହି ସମୟରେ ଖଳାରେ ଥିବା ପାଳ ଗଦାରେ ନିଆଁ ଲାଗି ଯାଇଥିଲା। ଚିତ୍କାର ଶୁଣି ସାହି ପଡ଼ିଶା ନିଆଁ ଭିତରୁ ତିନି ପିଲାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ପିଲାଙ୍କ ଶରୀରରେ ୯୦% ପୋଡ଼ି ଯାଇଥିଲା। ସେମାନଙ୍କୁ ପ୍ରଥମେ କୋକସରା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ତିନି ପିଲାଙ୍କ ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

four × five =