ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ବାଣ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।  ତାମିଲନାଡ଼ୁର କୁଡ଼ାଲୋରରେ ଥିବା ଏକ ବାଣ କାରଖାନାରେ ଏହି ଅଘଟଣ ଘଟିଛି ।  ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ କାରଖାନା ଭିତରେ ଫସିଥିବା ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପ୍ରକାଶ ଯେ, ଶୁକ୍ରବାର ସକାଳେ ଲୋକମାନେ ଯେତେବେଳେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ସେତେବେଳେ ଉକ୍ତ ସ୍ଥାନରେ ଏକ ବଡ଼ ଧରଣର ଶବ୍ଦ ଶୁଣିବାକୁ ପାଇଥିଲେ ।  ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ବହୁ  କିଲୋମିଟର ପର୍ଯ୍ୟନ୍ତ ତାହା ଶୁଣିବାକୁ ମିଳିଥିଲା ।  ତେବେ ରାଜଧାନୀ ଚେନ୍ନାଇ ୧୯୦ କିମି ଦୂରରେ ଏହି ବିସ୍ଫୋରଣ ଘଟିଛି । ଏନେଇ ଖବର ପାଇ ପୁଲିସ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 3 =