ପୂର୍ବତନ ବିଧାୟକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସାନଖେମୁଣ୍ଡି ରାଜାସାହେବ ଡକ୍ଟର ଉଦୟ ନାରାୟଣ ସିଂହ ଦେଓଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରାଜାସାହେବ ମୋହନା ନିର୍ବାଚନ ମଣ୍ଡଳୀରୁ ଥରୁଟିଏ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ବନ୍ୟପ୍ରାଣୀ ସହିତ ପକ୍ଷୀଙ୍କ ସଂକ୍ରାନ୍ତରେ ଅନେକ ପୁସ୍ତକ ତାଙ୍କର ପ୍ରକାଶିତ ହୋଇଛି ।
ନିକଟରେ ବିହଙ୍ଗ ସଂହିତା ନାମରେ ଏକ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ତାଙ୍କ ବିୟୋଗରେ ସାନଖେମୁଣ୍ଡି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − one =