Friday, October 30, 2026
Latestରାଜ୍ୟ

ପୁଣି ଅଡୁଆରେ ବନବିଭାଗ

ସାତକୋଶିଆରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ନେଇ ରାଜ୍ୟସାରା ଚର୍ଚା ଥମି ନଥିବା ବେଳେ ଏବେ ଏକ ହାତୀ ଛୁଆର ମୃତ୍ୟୁ ବନ ବିଭାଗକୁ ପୁଣି ଅଡୁଆରେ ପକାଇଛି। ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ସାତକୋଶିଆ ଅଭୟାରଣ୍ୟରେ ଥିବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ହାତୀ ଛୁଆର ମୃତ୍ୟୁ ହେଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଏ ସଂପର୍କରେ ବନ ବିଭାଗ ତନାଘନା ଚଳାଇଛି।
ମିଳିଥିବା ସୂଚନା ଅନୁସାରେ ସାତକୋଶିଆର ଜିଲିଣ୍ତା ରେଞ୍ଜ କଟରଙ୍ଗ ନିକଟ ଭାଲୁଖୋଲ ପାଖରେ ଏକ ଅଣ୍ତିରା ହାତୀ ଛୁଆର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ଘଟଣା ପରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ସେଠାକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ମୃତ ହାତୀର ବୟସ ୪/୫ ବର୍ଷ ହେବ ବୋଲି ଏସିଏଫ୍ ଶୁଭେନ୍ଦୁ ବେହେରା କହିଛନ୍ତି। ସାତକୋଶିଆ ଡିଏଫ୍ଓ ରାମାସ୍ବାମୀ ପି.,ଏସିଏଫ୍ ରାଜକିଶୋର ସ୍ବାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସେଠାକୁ ଯାଇ ହାତୀର ଶବ ବ୍ୟବଚ୍ଛେଦ କରାଇଛନ୍ତି। ହାତୀ ଛୁଆର ମୃତ୍ୟୁ ୪/୫ ଦିନ ପୂର୍ବରୁ ହୋଇଥିବା କୁହାଯାଇଛି। ଶବ ବ୍ୟବଚ୍ଛେଦ ପରେ ସେଠାରେ ହାତୀର ମୃତଦେହକୁ ପୋତି ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

eighteen − 4 =