ଡେଲାଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ, ୩ ବିଜେପି କର୍ମୀ ଆହତ

ପୁରୀ: ନିର୍ବାଚନୀ ପ୍ରଚାର ସମୟରେ ଡେଲାଙ୍ଗରେ ହିଂସାକାଣ୍ଡ | ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ | ଆହତ ବିଜେପି କର୍ମୀ ଡେଲାଙ୍ଗଡାକ୍ତରଖାନାରେ ଭର୍ତ୍ତି | ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି କର୍ମୀଙ୍କ ରାସ୍ତା ଅବରୋଧ |ଶତାଧିକ ବିଜେପି କର୍ମୀଙ୍କ ଡେଲାଙ୍ଗ ଥାନା ସମ୍ମୁଖରେ ରାସ୍ତାରୋକ |ଜେନାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗଁଆରେ ନିର୍ବାଚନୀ ପ୍ରଚାର ସମୟରେ ହିଂସାକାଣ୍ଡ ଘଟିଥିବା ସୂଚନା | ଯେଉଁଥିରେ ୩ ଜଣ ଆହତ ହେବାପରେ ସେମାନଙ୍କୁ ନିକଟସ୍ଥ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯିବା ସହିତ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ସେହି ଅଂଚଳରେ ଏବେ ଡେଲାଙ୍ଗ ଓ ପିପିଲି ପୋଲିସ ପହଞ୍ଚି ତଦନ୍ତ ଅଭିଯାନ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

five × two =