ପଶ୍ଚିମ ଓଡ଼ିଶାରେ ଭୂକମ୍ପ

ଭୁବନେଶ୍ୱର()  ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୫.୪୬ ତୀବ୍ରତା ଅନୁଭୂତ ହୋଇଥିବା ସୂଚନା ମିଳିଛି । ହେଲେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କେତେ ରହିଛି ତାହାକୁ ପାଣିପାଗ କେନ୍ଦ୍ର ତରଫରୁ ସ୍ପଷ୍ଟ କରାଯାଇନାହିଁ । ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ରାଉରକେଲା ଓ ଦେବଗଡ଼ରେ ମଧ୍ୟ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି। ମାତ୍ର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ।

Share

Leave a Reply

Your email address will not be published. Required fields are marked *

18 − one =