ଧମେନ୍ଦ୍ରଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେପି ଶୀର୍ଷ ନେତୃତ୍ୱ । କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଖୁବଶୀଘ୍ର ବେଙ୍ଗଲୁରୁ ଯାତ୍ରା କରିବେ ଧର୍ମେନ୍ଦ୍ର ଓ ଅରୁଣ ସିଂହ । ତେବେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଏସ ୟେଦୁୟୁରପ୍ପା । ୟେଦୁୟୁରପ୍ପାଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଜାରି ରହିଛି ହଟଚମଟ ।

ୟେଦ୍ୟୁରପ୍ପା ଭାବପ୍ରବଣ ହୋଇ କହିଥିଲେ, ‘ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମଧ୍ୟାହ୍ନ ଭୋଜନ ପରେ ମୁଁ ରାଜ୍ୟପାଳଙ୍କୁ ଭେଟିବି। ତେଣୁ ବିଜେପି ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ମଧ୍ୟ ଆଗାମୀ ଦିନରେ ତାଙ୍କୁ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ସହିତ ତାଙ୍କର ଦୁଇ ପୁଅଙ୍କୁ ଉଚିତ ପଦପଦବୀରେ ରଖି ଲିଙ୍ଗାୟତ ବର୍ଗକୁ ଖୁସି ରଖିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଦଳ ୟେଦ୍ୟୁରପ୍ପାଙ୍କ ସମର୍ଥକମାନଙ୍କୁ ବି ନିରାଶ କରିବାକୁ ଚାହୁଁ ନଥିବା ଜଣାପଡ଼ିଛି। ସେହିଭଳି ଶନିବାର ୟେଦ୍ୟୁରପ୍ପା କହିଥିଲେ ଯେ ସେ ଦଳର କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତିକୁ ପାଳନ କରିବେ। ଯଦି ଦଳ ଆଉ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷଣା କରିବ, ତା’ହେଲେ ସେ ଆଗାମୀ ୧୦-୧୫ ବର୍ଷ ପାଇଁ ଦଳକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବାରେ ଲାଗି ପଡ଼ିବେ।

Share

Leave a Reply

Your email address will not be published. Required fields are marked *

3 × 5 =