କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାଦ ପଡ଼ିନାହାନ୍ତି । ଆଜି ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ଏହି ଖବର ସେ ନିଜେ ଟୁଇଟ କରି ଜଣାଇଛନ୍ତି । ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ତାଙ୍କ କର୍ମଚାରୀ ପଜିଟିଭ ଆସିଥିଲେ । ପ୍ରକାଶ ଯୋଗ୍ୟ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ତାମିଲନାଡ଼ୁ ରାଜ୍ୟପାଳ ଭଓଁରିଲାଲ ପୁରୋହିତ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + 18 =