ଡିଟୋନେଟର ଫାଟି ୩ ଗୁରୁତର

ଗଂଜାମ() ଗଂଜାମ ଜିଲ୍ଲା ହିଞ୍ଜଳି କାଟୁ ଥାନା ସୋମପୁର ଗାଁରେ ଘଟିଛି ଏହି ଅଘଟଣ । ଡିଟୋନେଟର ବିସ୍ପୋରଣରେ ତିନି ପିଲା ଗୁରୁତର ହୋଇଥିବା ସୂଚନା ମିଳିଛି । ତିନି ଛାତ୍ରଙ୍କ ଆଙ୍ଗୁଳି ଛିଣ୍ଡିବା ସହ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ସୋମପୁର ଗାଁ ପାଖ ପାହାଡରେ ପଥର ଫଟାଇବା ପାଇଁ ଡିଟୋନେଟର ବ୍ୟବହାର କରାଯାଉଥିବା ଜଣାପଡିଛି । ପିଲାମାନେ ପାହାଡ ପାଖରୁ ଡିଟୋନେଟର ଗୋଟେଇ ଆଣି ଖେଳୁଥିବା ବେଳେ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁର ଦୁଇ ନାବାଳକ ବାଦଲ ଗୌଡ଼ ଓ ସିଧୁ ଗୌଡ଼ ଖେଳୁଥିବା ସମୟରେ ହାତରେ ଡିଟୋନେଟର ବିସ୍ଫୋରଣ ଘଟିଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଅଘଟଣ ଘଟିଥିଲା।

Share

Leave a Reply

Your email address will not be published. Required fields are marked *

thirteen − 2 =