ବଜ୍ରପାତରେ ୩ ମୃତ

କେନ୍ଦୁଝର()  କେନ୍ଦୁଝରରେ ବଜ୍ରପାତ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବଜ୍ରପାତ ହେବାରୁ ହରିଚନ୍ଦନପୁର ବ୍ଲକ୍ ବଡ଼ସିଆଳିମାଳ ଗାଁରେ ଦମ୍ପତ୍ତି ପ୍ରାଣ ହରାଇଛନ୍ତି । ସେହିପରି ଠାକୁରପଡ଼ା ଗାଁରେ ବଜ୍ରପାତରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଅଛନ୍ତି ।ଆଜି କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୀଷଣ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଏଥିପାଇଁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

9 − one =