କଟକ- ଭୁବନେଶ୍ୱର ନୂଆ ଟ୍ରେନ

ଭୁବନେଶ୍ୱର() ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରର ଲୋକ ମାନଙ୍କ ଗମନା ଗମନର ସୁବିଧା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆସନ୍ତାକାଲି ଠାରୁ କଟକ ଓ ଭୁବନେଶ୍ୱର ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ଆସନ୍ତାକାଲି ଠାରୁ ଏହି ଟ୍ରେନ ଚାଲିବ ଓ ଏହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଚାଲିବ । ଆସନ୍ତାକାଲି ଅପରାହ୍ନ ୧.୩୦ ମିନିଟରେ ଏହି ଟ୍ରେନ ଭୁବନେଶ୍ୱର ଛାଡି ବାରଙ୍ଗ ଗୋପାଳପୁର ଓ ବାଲିକୁଦା ଦେଇ କଟକରେ ଅପରାହ୍ନ ୨.୩୦ ପହଂଚିବ । ଫେରିବା ସମୟରେ ୨.୪୦ରେ କଟକ ଛାଡି ନିର୍ଗୁଣ୍ଡି, ଗୁରୁଡିଝାଟିଆ , ରାଧାକିଶୋରପୁର, ନରାଜ ଓ ମାର୍ଥାପୁର ଦେଇ ଅପରାହ୍ନ ୫.୨୦ ମିନିଟରେ ଭୁବନେଶ୍ୱରରେ ପହଂଚିବ । ଭୁବନେଶ୍ୱର –କଟକ ମଧ୍ୟରେ ଏହି ଟ୍ରେନ ବାଣୀବିହାର, ମଂଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ , ବାରଙ୍ଗ ଗୋପାଳପୁର ବାଲିକୂଦା ଓ କାଠଯୋଡି ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଥିବା ବେଳେ ଫେରିବା ସମୟରେ ଏହା କେନ୍ଦ୍ରାପଡା ରୋଡ, ମଙ୍ଗୁଳିଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ , ବଡପଦାଗାଁ, ଗୁରୁଡିଝାଟିଆ, ମାଛପୁର, ରାଧାକିଶୋରପୁର,ଘଣ୍ଟିଖାଲ, ନିଧିପୁର, ସର୍ପେଶ୍ୱର, ନରାଜ, ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ ,ପଟିଆମଂଚେଶ୍ୱର ଓ ବାଣୀବିହାର ଷ୍ଟେସନ ମାନଙ୍କରେ ରହିବ ।

Share

Leave a Reply

Your email address will not be published. Required fields are marked *

five × 3 =