ମାଂସ ଖଣ୍ଡର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ୱର()  ରାଜଧାନୀର ରାଜଭବନ ନିକଟସ୍ଥ  ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ ପଠାଯାଇଥିବାବେଳେ  ଆବଶ୍ୟକ ପଡ଼ିଲେ ତାହାର ଡିଏନଏ ଟେଷ୍ଟ ମଧ୍ୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଏହାଛଡ଼ା ସେ କହିଛନ୍ତି ଯେ,  ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି । ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିବା ସୂଚନା ମିଳିଛି ।  ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ ଏସସିବିରେ ଆଜି ମୃତୁ୍ୟ ହୋଇଛି ।  ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି ।  ତୃତୀୟ ବ୍ୟକ୍ତି ଜଣକ ସୁରକ୍ଷିତ ଥିବାବେଳେ ଆମେ ତାଙ୍କ ସହ କଥା ହୋଇଛୁ ।  ତେବେ ଚତୁର୍ଥ ବ୍ୟକ୍ତିଙ୍କର ସୂଚନା ମିଳୁନି । ସେ ନିରୁଦ୍ଧିଷ୍ଟ ଥିବା ମାନୁଛୁ ।  ଏନେଇ ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ଦାୟିତ୍ୱ  ଦିଆଯାଇଛି । କଣ କାମ ହେଉଥିଲା, କାହା ତତ୍ତ୍ୱାବଧାନରେ ହେଉଥିଲା ସେ ନେଇ ତଦନ୍ତ ହେବ ।   ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ ପଠାଯାଇଛି ।  ଆବଶ୍ୟକ ପଡ଼ିଲେ ତାହାର ଡିଏନଏ ଟେଷ୍ଟ ମଧ୍ୟ କରାଯିବ । ଡିଏନଏ ଟେଷ୍ଟରେ ସ୍ପଷ୍ଟ ହେବ ସେ ଶରୀର ଅଂଶ କାହାର ।  ବିସ୍ଫୋରଣ ସ୍ଥଳରୁ ବାକି ରହିଥିବା ଏଲପିଜି ବାହାର କରିନିଆଇଛି ।  ଡିଜେଲ ବାହାର କରାଯାଇଛି, କିଛି ସମୟରେ ପେଟ୍ରୋଲ କଢାଯିବ ।  ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଗାତକୁ ମଧ୍ୟ ତନ୍ନ ତନ୍ନ ଯାଞ୍ଚ କରାଯିବ ବୋଲି  ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + 18 =