ପୁଲିସ କର୍ମଚାରୀଙ୍କୁ ଫିଟନେସ ଟାର୍ଗେଟ, ନିୟମ ଅମାନ୍ୟ କଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର() ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ମୁକାବିଲା କ୍ଷେତ୍ରରେ ବହୁ କରୋନା ଯୋଦ୍ଧାଙ୍କ ମଧ୍ୟରେ ପୁଲିସ ବି ଅନ୍ୟତମ । ତେବେ ଏହାରି ଭିତରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୁଲିସ କର୍ମଚାରୀଙ୍କୁ ଫିଟନେସ ଟାର୍ଗେଟ ଦେଇଛନ୍ତି ପୁଲିସ କମିଶନର । କମିଶନରେଟ ପୁଲିସର ସମସ୍ତ କର୍ମଚାରୀଙ୍କୁ ଫିଟନେସ ଟାର୍ଗେଟ ଦିଆଯାଇଛି । ଏନେଇ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଏହା ସହ ସେ କହିଛନ୍ତି ଯେ, ଫିଟ୍ ନରହିଲେ ଇନକ୍ରିମେଣ୍ଟ ବନ୍ଦ ହୋଇପାରେ ।  ଏକସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ ହେବ । ସବୁ କର୍ମଚାରୀଙ୍କୁ ସେମାନଙ୍କ ବଡି ମାସ ଇଣ୍ଡେକ୍ସ ଲିଖିତ ଦିଆଯିବ । ବୟସ, ଉଚ୍ଚତା ଅନୁସାରେ ଓଜନ କେତେ ହେବା କଥା ତାହା କୁହାଯିବ । ୧୯ରୁ ୨୫ ଯାଏ ବିଏମଆଇ ସ୍ୱାଭାବିକ, ୩୦ ହେଲେ ମେଦବହୁଳତା ଧରାଯିବ । ଓଜନ, ବିଏମଆଇ ପ୍ରଦାନ କାର୍ଯ୍ୟ ଜୁଲାଇ ୩୦ ମଧ୍ୟରେ ଶେଷ କରାଯିବ । ୩ ମାସ ପରେ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ନିଆଯିବ । ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ ତାହା ପରଖାଯିବ । ଯାହାର ବିଏମଆଇ ୩୦ ଉପରେ ଥିବ ସେମାନେ ବାଧ୍ୟତାମୂଳକ ବ୍ୟାୟାମ କରିବେ । ବାଧ୍ୟତାମୂଳକ ବ୍ୟାୟାମ ସହ ୬ ସପ୍ତାହ ରିଫ୍ରେସର କୋର୍ସ କରିବେ ।

ଯେଉଁ ପୋଲିସ ଏହି ନିୟମକୁ ଅମାନ୍ୟ କରିବେ, ସେମାନଙ୍କୁ ଆବଶ୍ୟକ ପଡିଲେ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯିବ ବୋଲି ଆଜି କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + 17 =