ଓଡିଶାରେ ଆଉ ୫୮ କରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରେ ୨୯, ବାଲେଶ୍ୱରରେ ୧୫ ଓ ମୟୂରଭଞ୍ଚରେ ୧ ଆକ୍ରାନ୍ତ ଥିବା ଜଣାପଡିଛି । ଅନୁଗୁଳରେ ପ୍ରଥମଥର ପାଇଁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 × 2 =