କଟକର ଏହି ସବୁ ଅଞ୍ଚଳରୁ ୧୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର() କଟକ ମହାନଗର ଅଞ୍ଚଳରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୩ ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୨ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ଏସସିବି ଆଇସୋଲେସନ ୱାର୍ଡରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ସମ ଆଇସୋଲେସନରୁ ୨, କ୍ୟାନସର ହସ୍ପିଟାଲ ଲିଙ୍କରୁ ଆଉ ୪ ଓ କଟକ ସଦରରୁ ଆଉ ୩ ଚିହ୍ନଟ ହୋଇଛନ୍ତି । ସିଡିଏ ସେକ୍ଟର ୧୧ରୁ ଜଣେ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳାବାଗ ବଢେଇସାହି ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − eleven =