କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର() ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଆଜି ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରୁ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ମୃତ ବୃଦ୍ଧଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଏହା ସହ ସେ ଡାଇବେଟିସ୍ ରୋଗରେ ପୀଡିତ ଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କର କରୋନାଜନିତ ମୃତ୍ୟୁ ଘଟିଛି । ମୃତକ ଜଣକ ଏକାଧିକ ରୋଗରେ ପୀଡିତ ଥିଲେ । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

8 + eighteen =