ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟର ୧୮ଟି ଜିଲ୍ଲାରୁ ଆଜି ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । କ୍ୱାରେଣ୍ଟାଇନ କେନ୍ଦରୁ ୧୨୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ସେହିପରି ଯାଜପୁର-୬, ଖୋର୍ଦ୍ଧା-୧୩, ରାୟଗଡା-୧, ମୟୂରଭଞ୍ଜ-୬, ନୟାଗଡ-୩, ଢେଙ୍କାନାଳ-୩, କଟକ-୧୫, କଳାହାଣ୍ଡି-୨, କେନ୍ଦୁଝର-୧୦, ଭଦ୍ରକ-୧୧, ସମ୍ବଲପୁର-୧, ବଲାଙ୍ଗୀର-୧, ନୂଆପଡା-୩, ପୁରୀ-୭, କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + fourteen =