ନୟାଗଡ଼ରେ ଷ୍ଟାଫ ନର୍ସଙ୍କୁ କରୋନା

ଭୁବନେଶ୍ୱର() ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ପରୀକ୍ଷଣରୁ ସେ ପଜିଟିଭ ଥିବା ଜଣାପଡ଼ିଛି । ଏନେଇ ନୟାଗଡ଼ ସିଡ଼ିଏମଓ ସୂଚନା ପ୍ରଦାନ କରିଛନ୍ତି । ନର୍ସ ଜଣକ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ସଂପୃକ୍ତ ନର୍ସ ଜଣଙ୍କ କେଉଁ କେଉଁ ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ, ସେ କାହା କାହା ସହ ମିଶିଥିଲେ ସେନେଇ ତନାଘନା ଆରମ୍ଭ ହୋଇଯାଇଛି । ଅପରପକ୍ଷରେ ସଂପୃକ୍ତ ଷ୍ଟାପଙ୍କୁ ଭୁବନେଶ୍ୱର ସ୍ତାନାନ୍ତରିତ କରାଯାଇଛି ବୋଲି ସିଡ଼ିଏମଓ ସୂଚନା ଦେଇଛନ୍ତି । ସେହିପରି ହସପିଟାଲକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

6 − three =