କରୋନା ହୋଇନି ଏହି ଗାଁରେ

ଗଞ୍ଜାମ: ଗଞ୍ଜାମରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ସୁଦ୍ଧା ଜିଲ୍ଲାର ଏମିତି କିଛି ଗାଁ ଅଛି ଯେଉଁଠାରେ କାହାକୁ ବି ଏଯାବତ ହୋଇନାହିଁ କରୋନା । ଗ୍ରାମବାସୀଙ୍କ ସଚେତନତା ଆଗରେ ହାର ମାନିଛି ଭାଇରସ । ତେବେ ନଜର ପକାନ୍ତୁ ଏହିସବୁ ଗାଁରେ ହୋଇନାହିଁ କରୋନା । ଗଞ୍ଜାମ ଜିଲ୍ଲାର ମୋଟ ୧୮ଟି ଆଦିବାସୀ ଗାଁରେ କୌଣସି ବି ଲୋକ ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଲୋକଙ୍କ ଏକତା ଏବଂ ସଚେତନତା ଯୋଗୁଁ ଏପରି ହୋଇପାରିଛି । ବୁଗୁଡ଼ା ବ୍ଲକ୍ କରଚୁଲି ପଞ୍ଚାୟତ ଅଧୀନ କିରିଆମ୍ବା, ବଡ଼ତଣ୍ଡା, ନୂଆପଲ୍ଲୀ ଓ ସିଙ୍ଗିପୁର; କରସିଂ ପଞ୍ଚାୟତ ଅଧୀନ ଖଦାଳପଲ୍ଲୀ, ମହୁଲପଲ୍ଲୀ, କରଞ୍ଜସାହି, ଡିମିରିସାହି, ମଶାଣିସାହି, ସମଲେଇ, ପୋକସୁଂଘା, ବରଡ଼ସାହି, ବେଢ଼ାଖାଲ, ନୂଆପଲ୍ଲୀ, ରାବଗଡ଼ ଓ ବଡ଼ପଡ଼ା; ମାଣିତରା ପଞ୍ଚାୟତ ଅଧୀନ କଣ୍ଡରେଇ ଓ ଗୋଲିଆ ପଞ୍ଚାୟତର ତାଳସର ଏବଂ ଡାହାଣୀପଲ୍ଲୀ।

Share

Leave a Reply

Your email address will not be published. Required fields are marked *

three × four =