କରୋନା କଟକଣା ମଧ୍ୟରେ ସାବିତ୍ରୀ ବ୍ରତ ପାଳିଲେ ମହିଳା

ଭୁବନେଶ୍ୱର: ସାବିତ୍ରୀ ଓଷାକୁ ନେଇ ସଧବା ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଥିବା ବେଳେ କରୋନା ଯୋଗୁଁ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ରହିଛି । ଯାଜପୁର ଅଧିଷ୍ଟ୍ରାତ୍ରୀ ଦେବୀ ମା ବିରଜାଙ୍କ ପିଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ସେହିପରି ଜଗନ୍ନାଥ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିରରେ ସାବିତ୍ରୀ ବ୍ରତକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ଯାହା ଫଳରେ ସଧବା ମହିଳାମାନେ ମନ୍ଦିର ନଯାଇ ଘରେ ପୂଜାର୍ଚ୍ଚନା କରି ଏହି ବ୍ରତ ପାଳନ କରିଛନ୍ତି ।

ପୌରାଣିକ ତଥ୍ୟାନୁସାରେ, ଆଜିର ଦିନରେ ସତୀ ସାବିତ୍ରୀ ସ୍ବାମୀ ସତ୍ୟବାନଙ୍କ ଜୀବନର ବରଦାନ ମାଗି ଯମରାଜଙ୍କୁ ମଧ୍ୟ ଫେରାଇ ଦେଇଥିଲେ । ତେବେ ଆଜି ମଧ୍ୟ ସେହି ରୀତିନୀତିରେ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 5 =