ଜାନୁଆରିରେ ଆହୁରି ସାଙ୍ଘାତିକ ହେବ ସ୍ଥିତି !

ଭୁବନେଶ୍ୱର() ରାଜ୍ୟରେ କୋରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେସମିଟ ଆୟୋଜିତ ହୋଇଯାଇଛି । କୋରୋନା ସ୍ଥିତି ନେଇ ଡାକ୍ତର ନୀରଜ ମିଶ୍ର କହିଛନ୍ତି ଯେ, ‘କଟକଣା କୋହଳ କାରଣରୁ ଆଉ ଥରେ କୋରୋନା ସଂକ୍ରମଣ ହେଉଛି । ଶୀତ ଦିନେ ଭାରତରେ କୋରୋନାର ଦ୍ୱିତୀୟ ଲହରି ସମ୍ଭାବନା ରହୁଛି । କଟକଣା ନ ମାନିଲେ କୋରୋନାର ଦ୍ୱିତୀୟ ଲହରୀ ଆସିବାର ସମ୍ଭାବନା ରହିଛି ।

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଜାନୁଆରି ସୁଦ୍ଧା ଓଡ଼ିଶାରେ କୋରୋନା ବଢ଼ିବ । ଓଡ଼ିଶାରେ ପ୍ରତିଦିନ ୧.୭୯ ଲକ୍ଷରୁ ୩.୯୨ ଲକ୍ଷ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି । ଯଦି ଏହାର ୧୦ ଭାଗରୁ ଭାଗେ ବି ଚିହ୍ନଟ ହେଲେ ଆମେ ସମ୍ଭାଳି ପାରିବା କି ?, ସେଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ନୀରଜ ମିଶ୍ର କହିଛନ୍ତି ।

ଆମେ ଯଦି ସତର୍କ ରହିବା ତେବେ ଏତେ ସଂଖ୍ୟା ହେବ ନାହିଁ । ଶୀତଦିନେ ପୂଜା ପର୍ବ ଓ ରାଜନୈତିକ ସମାବେଶ ଯୋଗୁଁ ବଢ଼ିପାରେ ସଂଖ୍ୟା । ପ୍ରଦୂଷଣ ମାତ୍ରା ଅଧିକ ରହୁଥିବାରୁ ବି ବଢ଼ିବାର ସମ୍ଭାବନା ରହିଛି । କୋରୋନାରୁ ସୁସ୍ଥ ପରେ ୫୦ ବର୍ଷରୁ ଅଧିକ ବୟସ ଲୋକେ ପ୍ରଭାବିତ ହୋଇପାରନ୍ତି । ୩୫ ପ୍ରତିଶତ ଲୋକ ୧୮ରୁ ୩୫ ବୟସ ମଧ୍ୟରେ ପ୍ରଭାବିତ ହେଉଛନ୍ତି ।

ଅନ୍ୟ ରୋଗ ଥିଲେ କୋଭିଡ୍ ପରବର୍ତ୍ତୀ ଜଟିଳତା ରହିବ । କୋଭିଡ୍ରୁ ସୁସ୍ଥ ପରେ କିଛି ଦିନ ପାଇଁ ସ୍ୱାଦ ଓ ଘ୍ରାଣ ଶକ୍ତି କମ ରହୁଛି । ନିଦ କମିଯାଉଥିବା ବି ଦେଖାଯାଉଛି । କୋରୋନା ଟିକା ଆସିବା ଯାଏ ସତର୍କ ରହିବାକୁ ପଡ଼ିବ । ଡିସେମ୍ବର ସୁଦ୍ଧା କୋରୋନା ଟିକା ଆସିପାରେ ବୋଲି ନୀରଜ ମିଶ୍ର କହିଛନ୍ତି ।

ଏହା ସହ କୋରୋନା ସ୍ଥିତି ନେଇ ଡାକ୍ତର ମାନସ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,’ ସୁସ୍ଥ ହେବା ପରେ ରୋଗୀ ଅନ୍ୟ ଜଣଙ୍କୁ ସଂକ୍ରମିତ କରିପାରିବେନି ।’

Share

Leave a Reply

Your email address will not be published. Required fields are marked *

eighteen − fourteen =