ଭୁବନେଶ୍ବରରେ ୫୦% ଲୋକଙ୍କ ଦେହରେ ଆଣ୍ଟିବଡି

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରର ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି । ଏନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇ କହିଛନ୍ତି ଯେ, ‘ରାଜଧାନୀରେ ୫୦% ଲୋକଙ୍କ ଦେହରେ ଆଣ୍ଟିବଡି ରହିଛି । ୫୦% ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କରୋନା ସଂସ୍ପର୍ଶରେ ସେମାନେ ଆସିଛନ୍ତି । ୧୬ରୁ ୧୮ ଅକ୍ଟୋବର ମଧ୍ୟରେ ସେରୋ ସର୍ଭେ ହୋଇଥିଲା । ବିଏମସି, ଆରଏମଆରସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବରେ ଏହି ସେରୋ ସର୍ଭେ ହୋଇଥିଲା ।’

ତେବେ ରାଜଧାନୀର ୨୫ଟି ୱାର୍ଡରେ ସେରୋ ସର୍ଭେ ହୋଇଥିଲା । ଭିନ୍ନ ଭିନ୍ନ ସ୍ଥାନରୁ ୧୪୦୩ ନମୁନା ନେଇ ସର୍ଭେ କରାଯାଇଥିଲା । ବିଭିନ୍ନ ୱାର୍ଡରେ ଆଣ୍ଟିବଡି ନମୁନା ଭିନ୍ନ ଭିନ୍ନ ରହିଛି । ୱାର୍ଡ ନମ୍ବର ୫୫ରେ ୨୮ ପ୍ରତିଶତ ଆଣ୍ଟିବଡି ରହିଛି । ୱାର୍ଡ ନମ୍ବର ୧୬ରେ ୬୩ ପ୍ରତିଶତ ଆଣ୍ଟିିବଡି ରହିଛି । ୧୦ଟି ୱାର୍ଡରେ ୫୦%ରୁ ଅଧିକ ଆଣ୍ଟିବଡି ରହିଛି । ୫ଟି ୱାର୍ଡରେ ୬୦%ରୁ ଅଧିକ ଆଣ୍ଟିବଡି ରହିଛି । ଏହି ତୃତୀୟ ପର୍ଯ୍ୟାୟ ଆଣ୍ଟିବଡି ୨ ସପ୍ତାହ ପୂର୍ବରୁ ସ୍ଥିତି । ଏବେ ସର୍ଭେ ହେଲେ ଅଧିକ ଆଣ୍ଟିବଡି ମିଳିବ ବୋଲି ସଂଘମିତ୍ରା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 19 =