ରାଜ୍ୟରେ ଆଉ ୧୫ ମୁଣ୍ଡ ନେଲା କରୋନା, କଟକରୁ ସର୍ବାଧିକ

ଭୁବନେଶ୍ୱର()  ରାଜ୍ୟରେ ଆଜି ଆଉ ୧୫ ମୁଣ୍ଡ ନେଇଛି କରୋନା । ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାର ନାମ ନେଉନାହିଁ । ଆଜିର ୧୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୭୨ରେ ପହଞ୍ଚିଛି ।

କଟକରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ବୌଦ୍ଧ, ଭୁବନେଶ୍ୱର, କଳାହାଣ୍ଡି, ରାୟଗଡା, କେନ୍ଦ୍ରାପଡା, କନ୍ଧମାଳ, ମୟୁରଭଞ୍ଜ, ପୁରୀ, ସୁନ୍ଦରଗଡ, ଯାଜପୁର ଏବଂ ବାଲେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଏବଂ ତିନି ଜଣ ମହିିଳା ରହଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + sixteen =