ଭୁବନେଶ୍ୱରରୁ ଆଉ ୩୪୨ କରୋନା ପଜିଟିଭ

ଭୁବନେଶ୍ବର() ଆଜି ବି  ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୧ ଓ ସ୍ଥାନୀୟ ଅଞ୍ଚଳରୁ ୨୩୧ ଜଣ ଚିହ୍ନଟ ହୋଇଛନ୍ତି ।  ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୧ ହଜାର ୧୯୭ କୁ ବୃଦ୍ଧି ପାଇଛି ।

ମୋଟ ୨୧,୧୯୭ ପଜିଟିଭ ମଧ୍ୟରୁ ୮୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୧୭,୪୯୭ ଜଣ ସୁସ୍ଥ ଓ ୩,୫୯୫ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

one × four =