ପେଟ୍ରୋଲ ଦରବୃଦ୍ଧିକୁ ନେଇ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ୱର: ସାରା ଦେଶରେ ଅହେତୁକ ଭାବରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ବିରୋଧ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ କରାଯାଇଛି । ପ୍ରତିବାଦ କରାଯିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପିସିସି ସଭପ୍ତି ନିରଞ୍ଜନ ପଟ୍ଟନାୟକ । ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ଏହି ପ୍ରତିବାଦ କରାଯିବ । ୭ ତାରିଖରେ ପ୍ରତି ବ୍ଲକ ମୁଖ୍ୟାଳୟ ଓ ୯ରେ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରାଯିବ । ଆସନ୍ତା ୧୩ ତାରଖରେ ଭୁବନେଶ୍ୱରରେ ପ୍ରତିବାଦ କରାଯିବ ଏବଂ ୧୫ ତାରିଖରେ ପେଟ୍ରୋଲ ନକିଣି ସମସ୍ତଙ୍କୁ ପ୍ରତିବାଦ କରିବାକୁ ଆହ୍ୱାନ କରିବୁ । ଏହା ସହ ୧୭ ତାରିଖରେ ପେଟ୍ରୋଲ ପମ୍ପ ସାମ୍ନାରେ ପ୍ରତିବାଦ କରିବୁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ସେପଟେ ଏଆଇସିସି ନିର୍ଦ୍ଦେଶକ୍ରମେ ଗାଁ ଗାଁ ବୁଲି କୋଭିଡ ରିପୋର୍ଟ ସଂଗ୍ରହ କରିବୁ ବୋଲି ମଧ୍ୟ କହିଛନ୍ତି ପିସିସି ସଭାପତି ।

Share

Leave a Reply

Your email address will not be published. Required fields are marked *

1 × two =