କଂଗ୍ରେସ ନେତାଙ୍କ ହତ୍ୟା ଘଟଣାରେ ଆଉ ୫ ଗିରଫ

ବ୍ରହ୍ମପୁର()  କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ୫ ଗିରଫ ।କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ଆଉ ୫ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ୍। ସେମାନଙ୍କ ନିକଟରୁ ୩ଟି ବାଇକ୍, ୨ଟି ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ପୁଲିସ୍ ଜବତ କରିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁ ନାଁରେ ପୁଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି।

ନିର୍ବାଚନ ଫଳାଫଳ ବାହାରିବାର ପୂର୍ବଦିନ ଅର୍ଥାତ୍ ମେ’ ୨୨ ତାରିଖରେ ୪ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମନୋଜଙ୍କୁ ଗୁଳି କରିଥିଲେ। ଏହାସହ ତାଙ୍କ ଗଳା କାଟି ଦେଇଥିଲେ। ମନୋଜଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

1 × two =