ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ 5-ଟି ସଚିବ

ମାଲକାନଗିରି () ମାଲକାନଗିରିରେ ୫ଟି ସଚିବ ଭି କେ ପାଣ୍ଡିଆନ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ସ୍ବାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ପାଣ୍ଡିଆନଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ପରେ ସେ କୋରାପୁଟରେ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଓ ନବରଙ୍ଗପୁର ଗସ୍ତରେ ଯାଇ ସ୍ଥିତି ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ।

5-ଟି ସଚିବ ଡାକ୍ତରଖାନାରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟଙ୍କ ସହ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରତି ସପ୍ତାହରେ ଦୁଇଜଣ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଦ୍ବାରା ଉତ୍ତମ ସେବା ଯୋଗାଇ ଦିଆଯିବା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି । ଏଥିସହିତ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଅଭାବ ପୂରଣ କରିବାକୁ ଆଗାମୀ ଦିନରେ ଅବସରପ୍ରାପ୍ତ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ନିଯୁକ୍ତି କରାଯିବ ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ମୋ ସରକାର କାର୍ଯ୍ୟକ୍ରମ । ପ୍ରଶାସନକୁ ଅଧିକ ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହିକ୍ରମରେ ମାଲକାନଗିରି ଗସ୍ତ କରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ୱାର୍ଡ଼ ବୁଲି ଦେଖିଛନ୍ତି ୫ଟି ସଚିବ ।

Share

Leave a Reply

Your email address will not be published. Required fields are marked *

7 − 4 =