ସବୁ ଜାଣି ବି ଅଜଣା : ପୀଡିତା ମାଆଙ୍କ ଅଡିଓ ଖୋଲିଲା ମୁଖା

ଭୁବନେଶ୍ବର () ଲକଡାଉନରେ ନାବାଳିକାର କରାଗଲା ଗଣବଳାତ୍କାର । ଥରେ କି ଦୁଇ ଥର ନୁହେଁ ଜଣେ ନାବାଳିକା ୧୫ ଦିନ ଧରି ଯୌନ ପିପାଶୁଙ୍କ କାମନାର କଣ୍ଡେଇ ସାଜିଥିଲା । ଗତ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । ପରବର୍ତ୍ତି ସମୟରେ ଏହି ଲଜ୍ଜାକୁ ଲୁଚାଇଦେବାକୁ ଚେଷ୍ଟା କରାଯାଇଥିଲା । କାରଣ ଏଥିରେ ସମ୍ପୃକ୍ତ ଥିଲେ ଓଟିଭିର କିଛି କର୍ମଚାରୀ ଓ ପୋଲିସ । ଶେଷରେ ସମ୍ପୃକ୍ତ ମିଡିଆର ପରିଚାଳନା ନିର୍ଦ୍ଦେଶିକା ଓ ପଡିତାଙ୍କ ମାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଅଡିଓ ସବୁ ଗୁମର ଖୋଲିଦେଇଛି ।

ସେପଟେ ଲକଡାଉନବେଳେ ରାଜଧାନୀରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଗେଇ ଆସିଛି । ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡାଙ୍କ ସମେତ ପୋଲିସ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଇଛନ୍ତି ଡେଡଲାଇନ୍  । ଘଟଣାକୁ ଚପାଇଦେବା ଓ ପୀଡିତାଙ୍କ ମାଆଙ୍କୁ ଧମକ ଦେବା ଅଭିଯୋଗରେ ଉତ୍ତର ରଖିବାକୁ ଦିଆଯାଇଛି ୪୮ ଘଣ୍ଟା ମହଲତ । ଏହା ଭିତରେ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଅଡିଓ ସାମ୍ନାକୁ ଆସିଛି  । ଯେଉଁଥିରେ ପୀଡ଼ିତାଙ୍କ ମା ଓଟିଭି ଏମଡି ଶ୍ରୀମତି ପଣ୍ଡାଙ୍କ ସହ କଥା ହେଉଛନ୍ତି  । ଯେଉଁଥିରେ ପୀଡି଼ତାଙ୍କ ମା ତାଙ୍କୁ ତାଙ୍କ କର୍ମଚାରୀ କିପରି ସଂପୃକ୍ତି ରହିଛି ସେନେଇ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ।

ରାଜଧାନୀର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ନିକଟରେ କାଲି ପୀଡିତାଙ୍କ ପରିବାର ଦାଖଲ କରିଛନ୍ତି ଅଡିଓ ଟେପ୍  । ଯେଉଁଥିରେ ଝିଅକୁ ନ୍ୟାୟ ଦେବାକୁ ବସଙ୍କ ନିକଟରେ କାକୁତି ମିନତି କରିଛନ୍ତି  ମାଆ । ନିଜ ଝିଅ ଉପରେ ଅତ୍ୟାଚାରର କାହାଣୀକୁ ଟିକିନିଖି ବୟାନ କରିଛନ୍ତି ମିଡିଆ ହାଉସର ମୁଖ୍ୟଙ୍କ ନିକଟରେ ।

ପାଖାପାଖି ୧୦ ମିନିଟର ଏହି ଅଡିଓ କ୍ଲିପରେ ରହିଛି ଲକଡାଉନ ବେଳେ କିପରି ନାବାଳିକାକୁ ଟ୍ରାପ କରିଥିଲେ ଅଭିଯୁକ୍ତମାନେ। କିଭଳି ଜୋରଜବରଦସ୍ତ ଡରେଇ ଧମକାଇ ହାତଗୋଡ ବାନ୍ଧି ଏବଂ ନିଶା ଟାବଲେଟ ଖୁଆଇ ବାରମ୍ବାର ଦୁଷ୍କର୍ମ କରିଥିଲେ  । ପୀଡ଼ିତାଙ୍କ ମାଆଙ୍କ କୋହଭରା ଆକୁଳ ପ୍ରାର୍ଥନା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଓଟିଭିର କେଉଁ କର୍ମଚାରୀମାନେ ଏଭଳି ଜଘନ୍ନ କାଣ୍ଡ ଭିଆଇଛନ୍ତି ତାହା ପୂରା ବଖାଣୀଛନ୍ତି ପୀଡିତାଙ୍କ ମାଆ ।  ମାଆଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଏପରି କାଣ୍ଡକାରଖାନା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।  ଏଥିରେ ତାଙ୍କୁ ଏକାଧିକ ଲୋକ ସାହାଯ୍ୟ କରିବା ସହ ଦୁଷ୍କର୍ମ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି  । ଏହାର ପ୍ରମାଣ ବି ରହିଛି ବୋଲି କହିଛନ୍ତି ପୀଡ଼ିତାଙ୍କ ମାଆ  । ଘର ଆଗରେ ରହୁଥିବା ରେଲୱେ କର୍ମଚାରୀଙ୍କ ସିସିଟିଭିରେ ସବୁ ଭିଡିଓ ରହିଛି ବୋଲି ଜଣାଇଛନ୍ତି  ।

ଏପରିକି ଘଟଣା ବିଷୟରେ ପୀଡ଼ିତାଙ୍କ ମାଆ ଅଭିଯୁକ୍ତଙ୍କୁ ପଚାରିବାରୁ ମିଳିଛି ହତ୍ୟା ଧମକ  । ସେଥିପାଇଁ ଭୟରେ ପୁରୁଣା ଭଡ଼ା ଘର ଛାଡ଼ି ପଥରଗାଡ଼ିଆରେ ଘର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ  । ଏହାର କାରଣ ଥିଲା ଅଭିଯୁକ୍ତଙ୍କ ଧମକ  । କଲୋନୀରେ କିପରି ଘର କରିନପାରିବେ ସେଥିପାଇଁ କଲୋନୀବାସିନ୍ଦାଙ୍କୁ ଉସୁକାଇଥିଲେ  ଅଭିଯୁକ୍ତ । ଆଉ କହିଛନ୍ତି ଅଭିଯୋଗ ପ୍ରମାଣିତ ନହୁଏ ତେବେ ତାଙ୍କୁ ତଣ୍ଟିଆ ମାରି ଅଫିସରୁ ବାହାର କରିଦେବାକୁ ଚାଲେଞ୍ଜ ଦେଇଛନ୍ତି ପୀଡ଼ିତାଙ୍କ ମାଆ  ।

Share

Leave a Reply

Your email address will not be published. Required fields are marked *

17 − seventeen =