ହ୍ରାସ ପାଇଲା ବସ ଭଡା

ଭୁବନେଶ୍ୱର()  ରାଜ୍ୟରେ କମିଲା ଘରୋଇ ବସର ଭଡା । କିଲୋମିଟର ପିଛା ବସ ଭଡା ୧ରୁ ୨ ପଇସା ହ୍ରାସ ପାଇଲା । ଡିଜେଲ ଦର ବୃଦ୍ଧି ଯୋଗୁଁ ଗତ ଜାନୁଆରି ୭ ତାରିଖରେ ବସ୍ ଭଡା ବୃଦ୍ଧି ଘଟିଥିଲା।

ସୂଚନା ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ ଦର ହିସାବରେ ଯାତ୍ରୀମାନଙ୍କୁ ୬୮ ପଇସା ଦେବାକୁ ପଡ଼ିବ। ସେହିପରି ଏକ୍ସପ୍ରେସ୍ ବସରେ କିଲୋମିଟର ପିଛା ୭୧ ପଇସା ଦେବେ। ପୂର୍ବରୁ ଏହି ଦର ୭୨ ପଇସା ଥିଲା। ସେହିପରି  ଡିଲକ୍ସ ବସରେ କିଲୋମିଟର ପିଛା ପୂର୍ବରୁ ୯୯ ପଇସା ଦେବାକୁ ପଡୁଥିଲା। କିନ୍ତୁ ଏବେ ନୂତନ ଦର ୯୭ ପଇସା ନିର୍ଦ୍ଧାରଣ କରି ଦିଆଯାଇଛି। ସେହିପରି ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୧ଟଙ୍କା ୨୧ ପଇସା ଥିବା ବେଳେ ଏବେ ଏହା ୨ ପଇସା ହ୍ରାସ ପାଇ ୧ଟଙ୍କା ୧୯ ପଇସା ହୋଇଛି।

 

Share

Leave a Reply

Your email address will not be published. Required fields are marked *

six − 1 =