ଭାରସାମ୍ୟ ହରାଇ ରାସ୍ତାକୁ ଓଲଟିଲା ବସ୍

ସୁନ୍ଦରଗଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ଗୁରୁବାର ସକାଳ ୯ଟାରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଝରିଆପାଲି ନିକଟରେ ଭାରସାମ୍ୟ ହରାଇ ରୋଜି ନାମକ ଏକ ଘରୋଇ ବସ୍ (ଓଡି ୧୬ ଏଫ୍- ୫୫୬୬) ଓଲଟି ପଡ଼ିଛି। ବଏଲମା ଠାରୁ ସୁନ୍ଦରଗଡକୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଝରିଆପାଲି ଠାରେ ଓଲଟିପଡିଥିଲା । ତେବେ ଏଥିରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଥାଉକି, ବସରେ ୪୦ ରୁ ଅଧିକ ଯାତ୍ରୀ ଯାତାୟତ କରୁଥିଲେ । ଲେଫ୍ରିପଡା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରି ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଆହତଙ୍କ ମଧ୍ୟରେ କିଛି ଶିଶୁ ବି ଅଛନ୍ତି ବୋଲି ସୂଚନା ରହିଛି। ସମସ୍ତ ଆହତଙ୍କୁ ଅଗ୍ନିଶମ ବାହିନୀ ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସଦସ୍ୟମାନେ ଉଦ୍ଧାର କରି ସର୍ଗିପାଲି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଲେଫ୍ରିପଡା ନିକଟ ବଇଲମାରୁ ସୁନ୍ଦରଗଡ଼ ଆସୁଥିବା ବେଳେ ଝରିଆପାଲି ନିକଟରେ ଏକ ଟ୍ରକକୁ ସାଇଡ ଦେବାକୁ ଯାଇ ରାସ୍ତା କଡକୁ ଖସି ବସ୍‌ଟି ଓଲଟି ପଡିଥିଲ। ଘଟଣାସ୍ଥଳରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାସହ ଲେଫ୍ରିପଡା ଥାନାଧିକାରୀ ହେମାଙ୍ଗିନୀ ଗର୍ଡିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × 4 =