ଏଣିକି ପ୍ରତି ଶୁକ୍ରବାର ଗାଡ଼ି ମନା, ସାଇକେଲରେ ବିଏମସି କମିଶନର

ଭୁବନେଶ୍ୱର() ସାଇକେଲରେ ଅଫିସ ଆସିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ଵରକୁ ପ୍ରଦୂଷଣମୁକ୍ତ କରିବା ନେଇ ଅଣ୍ଟା ଭିଡ଼ିଛନ୍ତି ଭୁବନେଶ୍ଵରର ତିନୋଟି ସରକାରୀ ଅନୁଷ୍ଠାନ। ପ୍ରଦୂଷଣ ରୋକିବାକୁ ସପ୍ତାହର ଗୋଟିଏ ତଥା ଶୁକ୍ରବାର ଦିନ ସାଇକେଲରେ ଆସିବାକୁ ଗତକାଲି ଅପିଲ କରିଥିଲେ ବିଏମସି କମିଶନର । କମିଶନରଙ୍କ ଅପିଲକୁ ପାଳନ କରି ବିଡିଏ,ବିଏମସି ଓ ବିଏସସିଏଲର କର୍ମଚାରୀମାନେ ମଧ୍ୟ ସାଇକେଲରେ କାର୍ୟ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି ।

ନିର୍ଦ୍ଦେଶ ଅନୁଯାୟୀ, ସପ୍ତାହର ପ୍ରତି ଶୁକ୍ରବାର ସମସ୍ତ କର୍ମଚାରୀ ସାଇକେଲ୍ କିମ୍ବା ଚାଲି ଚାଲି ଅଫିସ ଆସିବା ବାଧ୍ୟତାମୂଳକ। ଅଫିସ କାମ ପାଇଁ ଅଫିସରଙ୍କ ନିମନ୍ତେ ନିୟୋଜିତ ଗାଡ଼ି ବି ଶୁକ୍ରବାର ମନା। ପରିବେଶ ସୁରକ୍ଷା ଦିଗରେ ଏହା ନିଶ୍ଚିତ ରୂପେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି।

Share

Leave a Reply

Your email address will not be published. Required fields are marked *

twenty − nineteen =