ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ ବିଜେଡି ଓ କଂଗ୍ରେସର ଉଦବେଗ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ। ଉଦବେଗ ପ୍ରକାଶ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ। ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି ଘଟଣା ଅତ୍ୟନ୍ତ ଦୁଖଦାୟକ। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଦେଶରେ ସବୁଦୃଷ୍ଟିରୁ ସମ୍ନାନ ରହିଛି। ଆପଣଙ୍କ ସମ୍ନାନ ଏ ଗୃହର ସମ୍ନାନ ଓ ଓଡ଼ିଶାର ସମ୍ନାନ। ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମ ଅନୁଯାୟୀ ସେ ରୁଲିଙ୍ଗ ଦିଅନ୍ତୁ ବୋଲି ଦାବି କଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଘଟଣା ରେ ଅସନ୍ତୋଷ ପ୍ରକାଶ କରିବା ସହ ଗୃହରେ ଯାହା ଘଟଣା ଘଟିଲା ତାହା ଅସମ୍ବିଧାନିକ ଵୋଲି କହିଛନ୍ତି । ସେହିଭଳି ବିଜେପି ସଦସ୍ୟଙ୍କ କାର୍ଯ୍ୟକଳାପ ଦ୍ୱାରା ଯେଉଁଭଳି ଭାବେ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ତାକୁ କଡା ଭାଷାରେ ନିନ୍ଦା କରିଛନ୍ତି ପ୍ରତାପ ଦେବ।

ଏହି ଘଟଣାରେ ସଂପୃକ୍ତ ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରିବାକୁ ଦାବି କରିଥିଲେ ପ୍ରତାପ ଦେବ। ସେଭଳି ବିଜେଡି ସଦସ୍ୟ ଶଶୀଭୂଷଣ ବେହେରା କହିଛନ୍ତି ଏହି ଗୃହ ଭିତରେ ଏଭଳି ଅଶୋଭନୀୟ ଘଟଣା ଗୃହର ମର୍ଯ୍ୟାଦା ଓ ଚୌକିର ମର୍ଯ୍ୟାଦା କୁ ନଷ୍ଟ କରିଛି। ତେଣୁ ଏହି ବିଧାନସଭା ର ନିୟମ ଓ କାର୍ଯ୍ୟବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହିଭଳି ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି ଏହା ଇତିହାସର ଏକ କଳଙ୍କିତ ଅଧ୍ୟାୟ। ପୂର୍ବରୁ ମଇକ୍ରୋଫୋନ ଭାଙ୍ଗିଥିବାରୁ 25 ହଜାର ଟଙ୍କା ଫାଇନ ଆଦାୟ ହୋଇଥିଲା। ଏଭଳି ବ୍ୟବହାର କେବେ ହୋଇ ନ ଥିଲା। କୌଣସି ସଦସ୍ୟ ଏ କଥାକୁ ଗ୍ରହଣ କରିପାରିବେ ନାହିଁ। ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଆଲୋଚନା ରେ ଅଂଶଗ୍ରହଣ କରି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବାଚସ୍ପତି ନିର୍ଦଳୀୟ। ସେ ଉଭୟ ଶାସକ ଓ ବିରୋଧୀ ଦଳ କୁ ସୁରକ୍ଷା ଦେଇଥାନ୍ତି। ତେଣୁ ଛୋଟ ଛୋଟ କଥାକୁ ନ ଧରି ବାଚସ୍ପତି ବିଶାଳ ହୃଦୟର ପରିଚୟ ଦିଅନ୍ତୁ ବୋଲି କହିଛନ୍ତି ସାଲୁଜା। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି। ଓଡ଼ିଶାର ବହୁତ ଭଲ ଗୃହ ପରିଚାଳନା ହୁଏ। ଅନ୍ୟ ରାଜ୍ୟରେ ଓଡିଶା ବିଧାନସଭା ର ଡିବେଟ ଓ ପରିଚଳନାକୁ ନେଇ ଚର୍ଚା ହୁଏ। ଗୃହର ଗାରିମା କ୍ଷୁର୍ଣ୍ଣ ହୋଇଛି। ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଖରାପ ପରମ୍ପରା ସୃଷ୍ଟି ହେଉ।

Share

Leave a Reply

Your email address will not be published. Required fields are marked *

one × 4 =