ଓଡ଼ିଶା ପୋଲିସର ଡିଏସପି ଭାବେ ଯୋଗ ଦେଲେ ବିରେନ୍ଦ୍ର ଲାକ୍ରା

କଟକ: ବିଶିଷ୍ଟ ହକି ତାରକା ତଥା ଅଲମ୍ବିଆନ୍ ବିରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ନୁଆ ଦାୟୀତ୍ବ । ଓଡ଼ିଶା ପୋଲିସର ଡିଏସପି ଭାବେ ଆଜି ଯୋଗ ଦେଇଛନ୍ତି ବିରେନ୍ଦ୍ର । ଆଜି କଟକ ସ୍ଥିତ ପୋଲିସ ମୁଖ୍ୟାଳୟକୁ ଆସି ସେ କାର୍ୟ୍ୟରେ ଯୋଗ ଦେଇଛନ୍ତି । ଏନେଇ ଟୁଇଟ କରି ଅବଗତ କରାଯାଇଛି । ଆଜି କାର୍ୟ୍ୟରେ ଯୋଗ ଦେବା ଅବସରରେ ବିରେନ୍ଦ୍ର ପୋଲିସ ଡିଜି ସୁନିଲ ବଂଶଲଙ୍କୁ ସହିତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ଥିବା ବେଳେ ଓଡ଼ିଶା ପୋଲିସର କେଉଁ ବିଭାଗରେ ତାଙ୍କର ପୋଷ୍ଟିଂ ହେବ ତାହା ଖୁବ ଶିଘ୍ର ନିର୍ଦ୍ଧାରଣ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ , ଭାରତୀୟ ହକି ଦଳର ତାରକା ଖେଳାଳି ବିରେନ୍ଦ୍ର ଲାକ୍ରା। ଡି ଏସ ପି ପଦରେ ଆଜି ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ ଵଂଶଲ । ସର୍ବଦା ଗୋଲ କରିବା ରେ ଏକ୍ସପର୍ଟ ଲାକ୍ରା ଏଣିକି ଖାକି ଡ୍ରେସ ରେ ନଜର ଆସିବେ। ତେବେ କ୍ରୀଡା ଦିଗରେ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଆଣିଥିବା ବିରେନ୍ଦ୍ର ଏବେ ଓଡିଶା ପୋଲିସ ର ଏକ ଗୁରୁ ଦାୟିତ୍ୱ ବହନ କରିବେ। ଏହି ଖୁସି ର ମୁହୂର୍ତ୍ତ ରେ ଲାକ୍ରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡିଶା ପୋଲିସ ନିର୍ଦେଶକ।

Share

Leave a Reply

Your email address will not be published. Required fields are marked *

eighteen + seven =