ପରୀ ମୃତ୍ୟୁ ମାମଲାକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ମୃତ୍ୟୁ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇଛି । ପୂର୍ବରୁ ପରୀ ମାମଲାରେ ସଠିକ୍ ତଦନ୍ତ ହୋଇନଥିବା ଅଭିଯୋଗ କରି ପରୀର ପରିବାର ଲୋକ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତଦନ୍ତ ବିରୋଧରେ ଅଭିଯୋଗ କରି ରିଟ୍ ପିଟିସନ୍ ଦାଖଲ କରିଥିଲେ ମାତ୍ର ହାଇକୋର୍ଟ ଏହାକୁ ଖାରଜ କରିବା ପରେ ପରୀର ବାପା ଓ ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୁପ୍ରିମକୋର୍ଟରେ ଆଜି ଏହି ମାମଲାର ଶୁଣାଣୀ ସମୟରେ ବିଚାରପତି ରାୟ ଦେଇ ହାଇକୋର୍ଟରେ ଏକ ଏସଏଲପି ଦାୟର କରିବା ପାଇଁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ଏହି ସ୍ପେଶାଲ ଲିଭ୍ ପିଟିସନ୍ ଦାୟର କରିବାକୁ ସୁପ୍ରିମକୋର୍ଟ ପରୀର ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ତଦନ୍ତରେ ନିରାଶ ହୋଇ ଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ପରିବାର ଲୋକ । ତେବେ ପରୀ ମୃତ୍ୟୁ କୁ ଦୀର୍ଘ ବର୍ଷେ ବିତି ଯାଇଥିଲେ ବି ଏବେବି ନ୍ୟାୟ ଅପେକ୍ଷାରେ ପରୀର ପରିବାର ଲୋକ ।
ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୧୭ରେ ହେବାକୁ ଥିବା ବେଳେ ନ୍ୟାୟ ପାଇଁ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରୀରର ମା’ ସୌଦାମିନୀ ଦେବୀ ।

Share

Leave a Reply

Your email address will not be published. Required fields are marked *

2 × three =