ଗିରଫ ହେଲେ ଆୟୁସ ନିର୍ଦ୍ଦେଶକ

ଭୁବନେଶ୍ୱର()  ଆୟୁସ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଗିରଫ କରିଛି ମହିଳା ଥାନା ପୋଲିସ । ତାଙ୍କ ନାମରେ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ତାଙ୍କୁ ଥାନାରେ ହାଜର ହେବାକୁ ମହିଳା ଥାନା ପୋଲିସ ନୋଟିସ ଜାରି କରିଥିଲା । ଏହି ମାମଲାରେ ମହିଳା ଥାନା ପୋଲିସ ବହୁ ଘଣ୍ଟା ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ଼ କରିଥିଲା ପୋଲିସ । ସବୁ ତଥ୍ୟକୁ ସାମ୍ନାରେ ରଖି ତାଙ୍କୁ ଆଜି ମହିଳା ଥାନା ପୋଲିସ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

five × three =