ଭବାନୀପାଟଣା ସହରରେ ବଢ଼ୁଛି ନିଶା କାରବାର

ଭବାନୀପାଟଣା: କଳାହାଣ୍ଡି ଜିଲାର ସଦର ମହକୁମାର ଭବାନୀପାଟଣା ସହରରେ ଦିନକୁ ଦିନ ଡ୍ରଗ୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏସ୍ପିଙ୍କ ନିର୍ଦେଶ କ୍ରମେ ସହରରେ ଡ୍ରଗ୍ସ କାରବାର ରୋକିବା ପାଇଁ ଭବାନୀପାଟଣା ପୁଲିସ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଗତ ୨ ଦିନ ମଧ୍ୟରେ ପୁଲିସ ବ୍ରାଉନସୁଗାର ସମେତ ଅନ୍ୟା ଡ୍ରଗ୍ସ ଜବତ କରିଥିବାବେଳେ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଏସପି ଶ୍ରବଣ ବିବେକ ଏମ୍ଙ୍କ ତତ୍ତ୍ବାବଧାନରେ ଭବାନୀପାଟଣା ଟାଉନଥାନା ଆଇଆଇସି ସତ୍ୟ କୁମାର ନନ୍ଦ ତଦନ୍ତ କରି ଭବାନୀପାଟଣା ସହର ୬ ଜଣ ଯୁବକଙ୍କୁ ଆଣି ଜେରା କରିଥିଲେ। ପୁଲିସର ଜେରା ସମୟରେ ସେମାନେ ସମ୍ବଲପୁରରୁ ଡ୍ରଗ୍ସ ଆଣି ଭବାନୀପାଟଣା ସହରର ଯୁବପିଢ଼ିଙ୍କୁ ଯୋଗାଉଥିବା ମାନିଥିଲେ। ପୁଲିସ ସେମାନଙ୍କଠାରୁ ୮୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବ ସହିତ ସେମାନେ ବ୍ୟବହାର କରୁଥିବା ୨ଟି ବାଇକ ଓ ମୋବାଇଲ ଫୋନ ଜବତ କରାଯିବା ସହିତ ସେମାନଙ୍କୁ ତନାଘନା ଜେରା କରିବା ସହିତ କେଉଁ ମାନଙ୍କୁ ଡ୍ରଗ୍ସ ଯୋଗାଉଥିଲେ ଓ ଡ୍ରଗ୍ସ କିଣୁଥିବା ଗ୍ରାହକମାନଙ୍କ ସମ୍ପର୍କରେ ଜାଣିବା ଓ ଏହି ଡ୍ରଗ୍ସ କାରବାର ରେ ଆଉକେଉଁମାନ ସଂମ୍ପୃକ୍ତ ଏବଂ କିଏ ଏହାର କିଙ୍ଗପିନ କିଏ ପୋଲିସ ତଦନ୍ତ ଯୋରଦାର କରିଛି ।ଏହି ଘଟଣା ସାରାଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।

Share

Leave a Reply

Your email address will not be published. Required fields are marked *

3 − two =