୯୦ ଭାଗ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି

ଭୁବନେଶ୍ୱର() କରୋନା ଲକ୍ଷଣ ଥିଲେ ମଧ୍ୟ ଅନେକ ଲୋକ ଏହାକୁ ଲୁଚାଉଛନ୍ତି । ଯାହାଫଳରେ ଏହା ବଢୁଛି । ତେବେ ଭୟରେ ଲୋକେ କଥା ଲୁଚାଉଛନ୍ତି ବୋଲି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ଉଦାହରଣ ଦେଇ ସେ କହିଛନ୍ତି ଯେ ପଜେଟିଭ୍‌ ବାହାରିଥିବା ପଞ୍ଚମ ବ୍ୟକ୍ତିଙ୍କୁ ୪୯ଥର କଲ୍‌ କରିବା ପରେ ସେ ଫୋନ୍‌ ଉଠାଇଥିଲେ । ଭୟ ଯୋଗୁଁ ସେ ଏଭଳି କରିଥିଲେ । ଭୟକୁ ଜୟ କରିବା ପାଇଁ ବାଗଚୀ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି, ନିଜକୁ ସନ୍ଦିଗଧ ମନେ କଲେ ସାହସର ସହ ଆଗେଇ ଆସନ୍ତୁ ଏବଂ କୁହନ୍ତୁ ମୋ ଠାରେ କରୋନାର ଲକ୍ଷଣ ରହିଛି। ଏହା ଦ୍ୱାରା ଆପଣ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇ ପାରିବେ । ସମସ୍ତେ ଶପଥ ନିଅନ୍ତୁ ଯଦି ଏଭଳି କିଛି ଲକ୍ଷଣ ଦେଖା ଦିଏ ତେବେ ଖୋଲାଖୋଲି ସ୍ୱୀକାର କରନ୍ତୁ ବୋଲି ବାଗଚୀ କହିଛନ୍ତି ।

,ଜ୍ୱର କାଶ ଓ ନିଶ୍ୱାସ ନେବାରେ ସମସ୍ୟା । ୧୪ ଦିନ ଅଲଗା ରହିଲେ ଭଲ ହେବ । ୯୦ ଭାଗ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ତେଣୁ ଏହାକୁ ନ ଡରି ଏହାର ମୁକାବିଲା କରନ୍ତୁ ବୋଲି ସେ କହିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୯୦୦ ନମୂନା ରିପୋର୍ଟ ଆସିଛି। ସେଥିରୁ ପଜେଟିଭ୍‌ ସଂଖ୍ୟା ୫ ବୋଲି ସେ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 16 =