କରୋନା ମାହମାରୀର ରୂପ ନେବା ପୂର୍ବରୁ ପ୍ରବାସୀ ଫେରିବା ବିଜ୍ଞାନସମ୍ମତ

ଭୁବନେଶ୍ୱର () ପ୍ରବାସୀଙ୍କ ଘର ବାହୁଡା ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି ଏବଂ ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି । ସେସବୁର ଉତ୍ତର ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରେ ଯାଇ କାମ କରୁଥିବା ତାଲିକାରେ କେବଳ ଓଡିଆ ନାହାଁନ୍ତି । ସବୁ ରାଜ୍ୟରେ ଏହି ସମସ୍ୟା ରହିଛି । ୨୦୧୧ରେ ବିଭିନ୍ନ ରାଜ୍ୟରୁ ବାହାରେ ଯାଇ କାମ କରୁଥିବା ଲୋକଙ୍କ ସଂଖ୍ୟା ଥିଲା ୧୧ କୋଟି । ଏହି ସଂଖ୍ୟା ଏବେ ୧୪ କୋଟିରେ ପହଁଚିଛି । ଯେଉଁମାନେ ବାହାର ରାଜ୍ୟରେ କାମ କରୁଛନ୍ତି ସେମାନଙ୍କ ମଧ୍ୟରୁ ୯୨ ପ୍ରତିଶତ ଅଣସଙ୍ଗଠିତ କେ୍ଷତ୍ରରେ କାମ କରୁଛନ୍ତି ।

ରାଜ୍ୟର ପ୍ରାୟ ୧୨ ଲକ୍ଷ ୭୦ ହଜାର ଲୋକ ବାହାରକୁ କାମ ସନ୍ଧାନରେ ଯାଇଥିବା ବେଳେ ଅନ୍ୟ ରାଜ୍ୟରୁ ପ୍ରାୟ ୮ ଲକ୍ଷ ୬୦ ହଜାର ଲୋକ ଓଡିଶାରେ କାମ କରିବାକୁ ଆସିଛନ୍ତି । ଏନଏସଏସ ସଭେର୍ ଅନୁଯାୟୀ ଦେଶର ପ୍ରତି ୧୦୦ ପରିବାର ମଧ୍ୟରୁ ୧୬ଟି ପରିବାରର ସଦସ୍ୟ ଭିଟାମାଟି ଛାଡି ବାହରକୁ କାମ ସନ୍ଧାନରେ ଯାଉଛନ୍ତି । ଆଇଟି କିମ୍ବା ଅନ୍ୟାନ ସଂଗଠିତ କେ୍ଷତ୍ରରେ ଲକଡାଉନ ମଧ୍ୟରେ ଘରେ ବସି କାମ କରିହେବ । କିନ୍ତୁ ଅଣସଙ୍ଗଠିତ କେ୍ଷତ୍ରରେ ଦିନଟିଏ କାମ ବନ୍ଦ ହେଲେ ରୋଜଗାର ବି ବନ୍ଦ । ତେଣୁ ଆଇନ ଅନୁଯାୟୀ ଜଣେ ଘରକୁ ଫେରିବାର ବ୍ୟକ୍ତିଗତ ଅଧିକାରକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

ସେହପରି ବାସ୍ତବାଦୀ ଦୃଷ୍ଟିକୋଣରୁ ଆଗକୁ କରୋନା ଦେଶରେ ମହାମାରୀର ରୂପ ନେବା ପୂର୍ବରୁ ବାହାରେ ଥିବା ଆମ ପରିବାରର ଲୋକେ ନିଜ ରାଜ୍ୟକୁ ଫେରିଆସିବା ଉଚିତ । ନହେଲେ ସେତେବେଳକୁ ଫେରୁଥିବା ଲୋକେ ସୁପରସେ୍ପ୍ରଡର ହୋଇଯିବେ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

Share

Leave a Reply

Your email address will not be published. Required fields are marked *

nine + fourteen =