ପିଏନବି ଏଟିଏମରୁ ଲୁଟ ଘଟଣାର ପର୍ଦ୍ଦାଫାସ୍

ଭୁବନେଶ୍ୱର() ଭୁବନେଶ୍ୱର ପଟିଆ ସ୍ଥିତ ପିଏନବି ବ୍ୟାଙ୍କରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ ଭାଇଜାଗରୁ ୨ ଲୁଟେରା ଧରାପଡିଛନ୍ତି । ସିସିଟିଭି ଫୁଟେଜ ଖୋଳତାଡରୁ ମିଳିଥିଲା ଖିଅ । ୨ ଅଭିଯୁକ୍ତ ସୋମରଜୋତ ସିଂହ ଓ ଜାଫର ସାଦ୍ଦିକ । ୨ ଅପରାଧି କଲିକତାରୁ ଆସି ଏକ ହୋଟେଲରେ ରହିଥିଲେ । ଏଟିଏମ ଲୁଟ୍ କରି ସେମାନେ ବିମାନ ଯୋଗେ ଦିଲ୍ଲୀ ପଳାଇଥିଲେ । ଦିଲ୍ଲୀରୁ ଚଣ୍ଡୀଗଡ, ବେଙ୍ଗାଲୁର ଓ ଭାଇଜାଗ ଯାଇଥିଲେ । ବେଙ୍ଗାଲୁରୁ ସେମାନେ ଅପରାଧ ଗ୍ୟାଙ୍ଗ ଚଳାଉଥିଲେ । ଏଟିଏମ ଲୁଟ୍ ଓ ନାର୍କେଟିକ୍ସ ମାମଲା ଲୁଟେରାଙ୍କ ନାଁରେ ରହିଛି ।’

ତେବେ ଦୁଇ ଅଭିଯୁକ୍ତଙ୍କୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଟଙ୍କା ଜବତ ପାଇଁ ପୋଲିସ ଉଦ୍ୟମ ଚଳାଇଛି । ଗ୍ୟାସ୍ କଟରରେ ଏଟିଏମ କାଟି ୨୭.୮୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା ।

Share

Leave a Reply

Your email address will not be published. Required fields are marked *

three × 5 =