୫ରୁ ଖୋଲିବ ଯୋଗ ସେଣ୍ଟର, ଜିମ୍

ଭୁବନେଶ୍ୱର () ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ୍ । କିଛି କଟକଣା କଡା କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଣିକି ମାସ୍କ ନପିନ୍ଧିଲେ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ । ତୃତୀୟ ଥର ଧରାପଡିଲେ ୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ । କୌଣସି ବି ସ୍ଥାନରେ ଜନଗହଳି ଉପରେ କଟକଣା ପୂର୍ବ ଭଳି ଲାଗୁ ରହିବ । ବାହାଘର ବେଳେ ଆଇନ୍ ଉଲ୍ଲଙ୍ଘନ କଲେ ସେ ସ୍ଥାନ ସିଲ୍ କରାଯିବ । ଦୋକାନ ବଜାର ଖୋଲା ରହିବ । ଆଇନ୍ ଭାଙ୍ଗିଲେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ସିନେମା ହଲ୍, ସ୍ୱିମିଂ ପୁଲ୍, ଥିଏଟର, ଆସେମ୍ବ୍ଲି ହଲ୍ ବନ୍ଦ ରହିବ । ଅଗଷ୍ଟ ୫ ତାରିଖରୁ ଯୋଗ ସେଣ୍ଟର, ଜିମ୍ ଆଦି ଖୋଲା ରହିବ  । ଏହା ସହ ରାତ୍ରକଳୀନ କର୍ଫ୍ୟ ବଳବତ୍ତର ରହିବ । ସାମାଜିକ , ରାଜନୈତିକ , ଧାର୍ମିକ କାର୍ଯ୍ୟକ୍ରମ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

15 − 13 =