ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ଦେହାନ୍ତ

ଭୁବନେଶ୍ୱର()  ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇପିଏସ ଅଶୋକ ସାହୁଙ୍କର ପରଲୋକ ହୋଇଯାଇଛି  । ଜଣେ ଫାୟାର ବ୍ରାଣ୍ଡ ନେତା ଭାବେ ସେ ପରିଚିତି ହାସଲ କରିଥିଲେ  । ଦୁଇ ଦୁଇ ଥର ସେ ସାଂସଦ ପ୍ରାର୍ଥୀ ହୋଇଥିଲେବି ପରାସ୍ତ ହୋଇଥିଲେ  । ଦୀର୍ଘଦିନ ଧରି ରାଜନୀତିରେ ସେ ନିଷ୍କ୍ରିୟ ହୋଇ ପଡ଼ିଥିବାବେଳେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ  ।

ଆସାମ କ୍ୟାଡ଼ର ଆଇପିଏସ ଅଫିସର ଭାବେ ସେ କାର୍ଯ୍ୟ କରିଥିଲେ  । ତେବେ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ ବିଜେପିରେ ଯୋଗଦେଇ ରାଜନୀତିରେ ସକି୍ରୟ ହୋଇଥିଲେ  । ରାଜ୍ୟ ବିଜେପିର ଉପସଭାପତି ଓ ମୁଖ୍ୟ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ  । ସମ୍ବେଦନଶୀଳ କନ୍ଧମାଳ ଲୋକସଭା ଆସନରୁ ସେ ୨୦୦୯ରେ ପ୍ରାର୍ଥୀ ହୋଇଥିଲେ  । ୨୦୧୪ରେ ସେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ  ।

Share

Leave a Reply

Your email address will not be published. Required fields are marked *

2 × five =