ମନ୍ତ୍ରୀଙ୍କ ଗସ୍ତରେ କର୍ମଚାରୀ ଛାନିଆ

ଭୁବନେଶ୍ୱର : କୃଷି ଭବନକୁ କୃଷି ମନ୍ତ୍ରୀଙ୍କ ଘନ ଘନ ଗସ୍ତ ଏବେ କର୍ମଚାରୀଙ୍କୁ ନାକେଦମ କଲାଣି । ବିଶେକରି ବର୍ଷ ତମାମ ନାଟ ତାମସା ଓ ଖେଳରେ ମାତିଥିବା କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶିଛି । ଯେଉଁ କର୍ମଚାରୀମାନେ ଦପ୍ତର ନଆସି ଘରକାମ, ପିଲାଙ୍କୁ ସ୍କୁଲ ନେବା ଓ ନିଜ ନିଜ ବେପାର ବଣିଜରେ ମାତିଥିଲେ ସେମାନେ ଏବେ ରକ୍ତଚାଉଳ ଚୋବାଉଛନ୍ତି । କୃଷି ବିଭାଗର ଦାୟିତ୍ୱ ନେବାପରେ ବଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏବେ କୃଷି ଭବନକୁ ଘନ ଘନ ଗସ୍ତ କରୁଛନ୍ତି ।

ସେଠାରେ ସମସ୍ତ ପ୍ରକାର ଆଲୋଚନା, ବୈଠକ, ବଭିନ୍ନ ସଂସ୍ଥା ସହିତ ରାଜିନାମା ହେଉଛି । ଫଳରେ ତଳୁ ଉପର ପର୍ଯ୍ୟନ୍ତ ସବୁ ଅଫିସର ଉପସ୍ଥିତ ରହିବାକୁ ବାଧ୍ୟ ହେଉଛନ୍ତି । ଏପରିକି ମବୀ ଠିକ୍‍ ସମୟରେ ଆସି ପହଞ୍ଚୁଥିବାରୁ କର୍ମଚାରୀମାନେ ତାହା ପୂର୍ବରୁ ଆସି ପହଞ୍ଚିବାକୁ ବାଧ୍ୟ ହେଉଛନ୍ତି । ବିଳମ୍ବରେ ଆସିଲେ କାଳେ ମନ୍ତ୍ରୀଙ୍କ ନଜରରେ ପଡିବେ ସେଥିପାଇଁ ଏବେ ବହୁ କର୍ମଚାରୀ ଦପ୍ତରକୁ ଠିକଣା ସମୟରେ ଆସୁଥିବା ଦେଖବାକୁ ମିଳୁଛି । ଉଲ୍ଲେଖନୀୟ ଯେ କୃଷି ଭବନ ପାଇଁ ସ୍ୱତବ ଅତ୍ୟାଧୁନିକ ଭବନ ନିର୍ମାଣ ହେବାପରେ ଏଠାରେ କୃଷି ସଚିବଙ୍କ ଠାରୁ ଆରମ୍ଭକରି ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦପ୍ତର ରହିଛି ।

ତେବେ ନଅ ତାଲାରୁ ପୃଥମ ହେବାପରେ ଓ ଖୋଦ୍‍ ସଚିବ ଦପ୍ତରରେ ବସିବାପରେ କିଛି କର୍ମଚାରୀ ପୁରୁଣା ରୋଗକୁ ଛାଡିପାରିନଥିଲେ । ବିଳମ୍ବରେ ଦପ୍ତରକୁ ଆସିବା ଏକ ପ୍ରକାର ଅଭ୍ୟାସରେ ପଡିଯାଇଥିଲା । ନଅ ତାଲାରେ କିଏ କେତେବେଳେ ଆସୁଥିଲା ତାହାର ହିସାବ ନଥିଲା । ଏଠାରେ ବି ସେହି ଏକ ଅବସ୍ଥା ହେଉଥିଲା । କେତେକ କର୍ମଚାରୀ ବିଳମ୍ବରେ ଆସିବା ସହିତ ଶୀଘ୍ର ଦପ୍ତର ଛାଡି ପଳାଉଥିଲେ । ଆଉ କେତେକ କର୍ମଚାରୀ ନିଜ ନିଜ ବେପାରରେ ମାତି ଅଫିସରରେ କେବଳ ହାଜିରା ମାରୁଥିଲେ ।

ସେମାନେ ଏବେ ଏକ ପ୍ରକାର ଟାଇଟ୍‍ ହୋଇଛନ୍ତି । କୃଷି ବିଭାଗର ଆଉ କିଛି କର୍ମଚାରୀ ବର୍ଷ ସାରା ନାଟ ତାମସା ଓ ଖେଳକୁଦରେ ମାତିଛନ୍ତି । ରାଜ୍ୟରେ କୃଷିର ବିକାଶ ଅପେକ୍ଷା ଏମାନଙ୍କର ଯାତ୍ରାରେ ମନ ଅଧିକ । କେଉଁଠୁ କେଉଁ କଳାକାର ଆସିବେ, କେବେ ଆଖଡା ହେବ, କିଏ ଅଭିନୟ କରିବ ତାହାକୁ ନେଇ ଦପ୍ତରରେ ଗୋଷ୍ଠି ବିବାଦ । ଆଉ କିଛି ବି ଖେଳ କୁଦରେ ମାତିଛନ୍ତି । ବର୍ଷକୁ ଦୁଇ ତିନିଥର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଏଥିପାଇଁ କେଉଁ କମ୍ପାନୀ ଠାରୁ ପୋଷାକ ଆଉଛନ୍ତି ତ ଆଉ କାହାଠାରୁ ଖେଳ ସାମଗ୍ରୀ । ଡ୍ରାମା ଓ ଖେଳ ପାଇଁ ତ ଜିଲ୍ଲା ସ୍ତରରୁ ଅର୍ଥ ଆଦାୟ ହେଉଥିବାର ଅଭିଯୋଗ ଆସୁଛି । ତେବେ ଏହି ରୋଗକୁ ବନ୍ଦ ପାଇଁ କୃଷି ମବୀ ସୂଚନା ଦେବାପରେ କର୍ମଚାରୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।ମନ୍ତ୍ରୀ ସିଧା କହିଛନ୍ତି ଆଗ କୃଷି-ପଛରେ ଅନ୍ୟ କାମ । ଫଳରେ ଖେଳ ଓ ଯାତ୍ରା ଆଳରେ ଯେଉଁମାନେ କାମରେ ଢିଲା ମାରୁଥିଲେ ଓ ବିଭିନ୍ନ ଆଳ ଦେଖାଇ ଦପ୍ତରକୁ ଆସୁନଥିଲେ ସେମାନେ ଏବେ କାନମୁଣ୍ଡା ଆଉଁଷିଲେଣି ।

Share

Leave a Reply

Your email address will not be published. Required fields are marked *

eleven + eleven =