ବନ୍ଧାହେଲେ ଚୋରା ମଦ ବେପାରୀ

ଯାଜପୁର: ଲକଡାଉନରେ କରୁଥିଲେ ଚୋରା ମଦ ବ୍ୟବସାୟ । ଶେଷରେ ପୋଲିସ ହାବୁଡ଼ରେ ପଡିଛନ୍ତି । ବନ୍ଧା ହେଲେ ୨ଜଣ । ଯାଜପୁର ଜିଲ୍ଲା ବରୁଣିଆ ପଞ୍ଚାୟତରୁ ଆସିଛି ଏଭଳି ଖବର । ଏହି ୨ଜଣଙ୍କୁ ଗିରଫ କରିବା ସହ ୪୦ଟି ନିବ୍ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ରବିବାର ରାତିରେ ବାଇକରେ ମଦ ନେଇ ଯାଉଥିଲେ ଏହି ଦୁଇଜଣ । ତେବେ ବୈରୀ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ସେମାନଙ୍କୁ ବରୁଣିଆ ପଞ୍ଚାୟତ ଅଫିସ ସମ୍ମୁଖରେ ଜଗି ବସିଥିଲେ । ସେମାନେ ପହଞ୍ଚିବା କ୍ଷଣି ଚଢ଼ାଉ କରିଥିଲେ । ତେବେ ଖସି ପଳାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲେ । ଧରା ହୋଇଥିବା ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କ ଘର ଦୌଲତପୁର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ମାହାଙ୍ଗା ବ୍ଲକ ଅନ୍ତେଗତ ଗାଁରେ ବୋଲି ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

seventeen − 8 =