Friday, October 30, 2026
Latestରାଜ୍ୟ

ଏୟାରପୋର୍ଟ ଅଘଟଣ, ୪ ଗିରଫ

ଭୁବନେଶ୍ୱର () ବିମାନବନ୍ଦର ପରିସରରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଘଟଣାରେ ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକସନ ମୁଖ୍ୟ ଦିଲୀପ ଖଟେଇଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଏଜିଏମ୍ ଗିରଫ ହୋଇଛନ୍ତି। ସେହିପରି ନିର୍ମାଣ କାମରେ ନିୟୋଜିତ ଦୁଇ ଜଣ ଇଂଜିନିୟର ମଧ୍ୟ ଗିରଫ ହୋଇଛନ୍ତି।

ସୂଚନା ଅନୁଯାୟୀ, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଘଟଣ ଘଟିଥିଲା। ବିମାନବନ୍ଦରର ଟର୍ମିନାଲ୍-୧ ସହ ଟର୍ମିନାଲ୍-୨କୁ ସଂଯୋଗ କରୁଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା। ବିମାନବନ୍ଦର ପରିସରରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

19 − one =